
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ଗ୍ରସ୍ଥ କରି କୁସୁବେଣ୍ଟି ସେବା ସମବାୟ ସମିତି,ଜଗଦଳ ସେବା ସମବାୟ ସମିତି,ତରମାଳ ସେବା ସମବାୟ ସମିତି,ରାମଚନ୍ଦ୍ର ପୁରୁ ସେବା ସମବାୟ ସମିତି ଅନ୍ତର୍ଗତ ଧାନ ସଂଗ୍ରହ ହେଉଥିବା ମଣ୍ଡି ଗୁଡ଼ିକୁ ଯାଇ ଚାଷୀଙ୍କ ସହିତ ସିଧାସଳଖ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ଦାସବର୍ମା ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ କାର୍ଯ୍ୟ ସୁବ୍ୟବସ୍ତିତ ଭାବରେ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଗ୍ରସ୍ଥ ସମୟରେ ଜିଲ୍ଲା ଅତିରିକ୍ତ ସମବାୟ ନିବନ୍ଧକ ରାଜକିଶୋର ପରିଡ଼ା ଏବଂ ବ୍ରହ୍ମଗିରି ବ୍ଲକ ଯୋଗାଣ ସହାୟକ ଶିବପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ ।