ଓଡିଶା ଯୁବ ଚେତନା ସଂଗଠନ ଓ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ତରଫରୁ ମଦୁଆ ଓ ଗୁଟଖା ବ୍ୟବହାର କାରୀଙ୍କୁ ସରକାରୀ ଅର୍ଥ ଅନୁଦାନ ବନ୍ଦ ଦାବୀ |୧୯୮୮ ମସିହାରେ ପ୍ରଣୀତ ମୋଟର ଯାନ ଆଇନରେ ମଦ୍ୟପାନ କରିଥିବା ଗାଡି ଚାଳକ ମାନଙ୍କ ପାଇଁ ଜେଲ ଓ ଜୋରିମାନା ର ବ୍ୟବସ୍ଥା କରିଛନ୍ତି |ଠିକ ସେହିପରି ଗୁଟଖା ବ୍ୟବହାର କାରୀଙ୍କ ପାଇଁ ଜେଲ ଓ ଜୋରିମାନା କଟକଣା ଆଇନ -୨୦୦୩ ରେ ବ୍ୟବସ୍ଥା ରହିଛି |ଅପରପକ୍ଷେ ମଦୁଆ ଡ୍ରାଇଭର ର ଦୃଘଟଣା ଜନିତ ମୃତ୍ୟୁ ହେଲେ କିମ୍ବା ଗୁଟଖା ସେବନ ଜନିତ ଆକ୍ରାନ୍ତ କ୍ୟାନସର ରୋଗରେ ଚିକିତ୍ସା ପାଇଁ ରେଡ଼କ୍ରସ ପାଣ୍ଠି, ଜିଲ୍ଲାପାଳ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ପାଣ୍ଠି ରୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି |ଏହି ସବୁ ପାଣ୍ଠି ଜନଗଣ ଙ୍କ ହୋଇଥିବାରୁ ଆଇନ ବିରୁଦ୍ଧଚାରଣ ଓ ଅପବ୍ୟୟ ହୋଇଥିବାରୁ, ଏକ ସୁସ୍ଥ ଓ ସୁରକ୍ଷିତ ଓଡିଶା ପାଇଁ ସରକାର ତୁରନ୍ତ ଏପରି ଅନୁଦାନ ବନ୍ଦ କରି ଭାରତ ବର୍ଷର ମାର୍ଗଦର୍ଶକ ହେବାପାଇଁ ଓଡିଶା ଯୁବ ଚେତନା ସଂଗଠନ ରାଜ୍ୟ ସଭାପତି ବଦ୍ରୀ ମିଶ୍ରଙ୍କ ନେତୃତ୍ୱରେ ବିଶିଷ୍ଟ ସମାଜସେବୀ ଚକ୍ରଧର ମହାପାତ୍ର ଓ ନିର୍ମାଲ୍ୟ ସମ୍ପାଦକ ବିଶ୍ୱନାଥ ମିଶ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମାନବାଧିକାର କମିଶନ ଓ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ଦାବୀ ପ୍ରଦାନ କରାଯାଇଛି |
Related Stories
November 22, 2024