କେନ୍ଦୁଝର – କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଂଚଳର ପଂଚାନନ ସାମନ୍ତରାଏଙ୍କ ଘରୁ ଲକ୍ଷାଧିକ ଟଙ୍କା, ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋର ମାନେ ଗତକାଲି ବିଳମ୍ବିତ ରାତିରେ ଗ୍ରୀଲ୍ ତାଡ଼ି ଘରେ ପଶି ଏହି ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗତ ରାତିରେ ପଂଚାନନଙ୍କ ପରିବାରର ସମସ୍ତ ସଦସ୍ୟ ରାତ୍ରିଭୋଜନ ପରେ ଶୋଇପଡିଥିଲେ । ବିଳମ୍ବିତ ରାତିରେ ଘରେ ଚୋରି ହୋଇଥିଲା । ଆଜି ସକାଳେ ପଂଚାନନ ଏ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ତେଲକୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଶୋଇବା ଘରର ଆଲମିରା ଖୋଲା ପଡିଥିବା ବେଳେ ଘର ପଛ ପାଶ୍ୱର୍ରେ ଥିବା ଗ୍ରିଲ୍ ତଡାଯାଇଥିବା ଦେଖିବାକୁ ମିଳିଛି । ଯାହାକି ଚୋର ମାନେ ଘର ପଛପାଶ୍ୱର୍ ଗ୍ରୀଲ୍ ତାଡ଼ି ଘରେ ପଶିବା ପରେ ଚୋରି କରି ପୁଣି ସେହି ରାସ୍ତା ଦେଇ ଚମ୍ପଟ୍ ମାରିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ବେଳେ ଏକ ବ୍ୟାଗ୍ ଓ ହଳେ ଚପଲ ଘର ପଛ ପାଖ ଜମିରୁ ପାଇଛି । ଯାହା ଚୋରି କରିବାକୁ ଆସିଥିବା ଲୁଟେରା ଗ୍ୟାଙ୍ଗର କୌଣସି ସଦସ୍ୟର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଘର ମାଲିକ ଶ୍ରୀ ସାମନ୍ତରାଏଙ୍କ ଅଭିଯୋଗକୁ ଭିତି କରି ତେଲକୋଇ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି ।