
ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତିର ପୁନର୍ବିଚାର କରିଛି । ଏଯାଏଁ ଭାରତରେ ବ୍ୟାବସାୟିକ ଆର୍ନ୍ତଜାତିକ ବିମାନ ଉଡାଣ ସେବା କରୋନା ମହାମାରୀ ଯୋଗୁଁ ସ୍ୱାଭାବିକ ହୋଇନାହିଁ । ତେଣୁ ସମ୍ପୃକ୍ତ ଭାରତୀୟ ଭିସାଧାରୀ ଅଥବା ନିର୍ଦ୍ଦିଷ୍ଟ ଅଧିକ ସମୟ ରହିବାକୁ ଆବେଦନ କରିଥିବା ବିଦେଶୀମାନଙ୍କ ଭିସା ମିଆଦକୁ ୨୦୨୧ ଅଗଷ୍ଟ ୩୧ ତାରିଖ ଯାଏ ବୈଧ ଭାବେ ବିବେଚିତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମିଆଦ ବୃଦ୍ଧି ନିଃଶୁଳ୍କ ଏବଂ ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ସମୟ ରହିବା ବାବଦରେ କୌଣସି ଫି କିମ୍ବା ଜୋରିମାନ ଆଦାୟ କରାଯିବ ନାହିଁ । ଆହୁରି ମଧ୍ୟ ସମ୍ପୃକ୍ତ ନାଗରିକମାନେ ସେମାନଙ୍କ ଭିସା ଅବଧି ବଢାଇବାକୁ ଏଫ୍ଆର୍ଆର୍ଓ / ଏଫଆରଓଙ୍କ ନିକଟରେ ଦରଖାସ୍ତ କରିବାର ଆବଶ୍ୟକତା ନାହିଁ ।
ଦେଶ ଛାଡିବା ପୂର୍ବରୁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ପ୍ରସ୍ଥାନ ଅନୁମତି ପାଇଁ ଏଫଆର୍ଆର୍ଓ / ଏଫଆରଓଙ୍କ ନିକଟରେ ଚାହିଁଲେ ଆବେଦନ କରିପାରିବେ । ଏ କ୍ଷେତ୍ରରେ ସେମାନଙ୍କୁ ବିନା ଦେୟରେ ଦେଶ ଛାଡିବାକୁ ଅନୁମତି ମିଳିବ । ଅଧିକ ଦିନ ରହିଥିବାରୁ ସେମାନଙ୍କଠାରୁ ଫି ବା ଜୋରିମାନା ଆଦାୟ କରାଯିବ ନାହିଁ ।