ଆଜି ଚିହ୍ନଟ ହୋଇଥିବା ୭୩୯୫ ଜଣଙ୍କ ମଧ୍ୟରୁ ୪୧୬୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୨୨୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରେ ସବୁଠାରୁ ଅଧିକ ୧୦୬୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୮୫ ଜଣ, ବରଗଡ଼ରୁ ୧୭୧ ଜଣ, ଭଦ୍ରକରୁ ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୧୩୩ , କଟକରୁ ୮୬୮ ଜଣ, ଦେବଗଡ ଜିଲ୍ଲାରୁ ୫୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୧ ଜଣ, ଗଜପତି ଜିଲ୍ଲାରୁ ୫୨ , ଗଞ୍ଜାମରୁ ୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୮୮ ଜଣ, ଯାଜପୁରରୁ ୫୧୬ ଜଣ, ଝାରସୁଗୁଡ଼ାରୁ ୬୬ ଜଣ, କଳାହାଣ୍ଡିରୁ ୧୬୬ ଜଣ, କନ୍ଧମାଳ ଜିଲ୍ଲାରୁ ୭୬ ଜଣ. କେନ୍ଦ୍ରାପଡ଼ାରୁ ୩୪୧ ଜଣ, କେନ୍ଦୁଝରରୁ ୧୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୦୬୯ ଜଣ, କୋରାପୁଟରୁ ୧୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୩୮୪ ଜଣ, ନବରଙ୍ଗପୁରରୁ ୧୯୬ ଜଣ, ନୟାଗଡ଼ରୁ ୨୪୩ ଜଣ, ନୂଆପଡ଼ାରୁ ୨୨ ଜଣ, ପୁରୀରୁ ୩୫୬ ଜଣ, ରାୟଗଡ଼ାରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୩୭ ଜଣ, ସୋନପୁରରୁ ୯୧ ଜଣ, ସୁନ୍ଦରଗଡ଼ରୁ ୨୬୭ ଜଣ ଓ ଷ୍ଟେଟ୍ ପୁଲରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।