
ଭୁବନେଶ୍ୱର, ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି । ସେ ଗତକାଲି ବିଳମ୍ବିତ ରାତି ୩ଟା ୪୫ ମିନିଟ୍ରେ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପୁଅ ଏ ନେଇ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତେବେ ଗତକାଲି ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଅଭିନୟ ଜଗତର ଜଣେ ପରିଚିତ ଚେହେରା ଥିଲେ । । ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା ସହ ସେ ଏକାଧିକ ନାଟକର ରଚନା ବି କରିଥିଲେ । ଦୀର୍ଘ ଦିନ ଧରି ଅଭିନୟ କ୍ୟାରିୟର୍ ପରେ ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ରେ ଅଭିନୟ କରିଥିଲେ । ସେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ ।