
ଭଦ୍ରକ, ଭଦ୍ରକ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୨୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୭୨୮ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ମୋଟ୍ ୪ ଲକ୍ଷ ୫ ହଜାର ୫୨୪ ଜଣଙ୍କ ନମୂନା ପରୀକ୍ଷଣ ହୋଇଥିବା ବେଳେ ମୋଟ୍ ୧୭, ୪୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ୧୪୧ ଜଣ ସୁସ୍ଥ ହେବା ପରେ ମୋଟ୍ ସୁସ୍ଥ ସଂଖ୍ୟା ୧୪, ୮୩୧ ରେ ପହଂଚିଛି । ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରହିଛି ୨୩୯୭ । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪ ରହିଛି ।