
ପୁରୀ, ପୁରୀ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୨୦ ଜଣ, ବ୍ରହ୍ମଗିରିରୁ ୧୮ ଜଣ, ଡ଼େଲାଙ୍ଗ ବ୍ଲକରୁ ୧୫, ଗୋପ ବ୍ଲକରୁ ୪୮, କାକଟପୁର ବ୍ଲକରୁ ୨୫ ଜଣ ଏବଂ କଣାସ ବ୍ଲକରୁ ୧୯ ଜଣ , ପିପିଲି ବ୍ଲକରୁ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କୃଷ୍ଣପ୍ରସାଦ ବ୍ଲକରୁ ୧୦ ଜଣ, ନିମାପଡ଼ା ବ୍ଲକରୁ ୪୯ ଜଣ, ନିମାପଡ଼ା ବିଜ୍ଞାପିତ ଅଂଚଳରୁ ଜଣେ, ପିପିଲି ବିଜ୍ଞାପିତ ଅଂଚଳରୁ ୪ ଜଣ, ପୁରୀ ସଦର ବ୍ଲକରୁ ୩୦ ଜଣ ଏବଂ ପୁରୀ ପୌରାଚଂଳରୁ ସର୍ବାଧିକ ୬୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୧୯ ଜଣ ଓ ଅନ୍ୟ ଜିଲ୍ଲାରୁ ଆସି ପୁରୀ ଜିଲ୍ଲାରେ ରହିଥିବା ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ୨୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।