
ସାକ୍ଷିଗୋପାଳ, ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରୁ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ବୀରରାମଚନ୍ଦ୍ରପୁର ପଚାଂୟତରୁ ଜଣେ, ଜୟପୁର ପଚାଂୟତରୁ ୧୧ ଜଣ, ମଧୁବନ ପଚାଂୟତରୁ ଜଣେ, ମୂଳ ଅଳସା ପଚାଂୟତରୁ ଜଣେ ରହିଛନ୍ତି । ସେହିପରି ନରେନ୍ଦ୍ରପୁର ପଚାଂୟତରୁ ୨ ଜଣ, ନୂଆ ସୋମେଶ୍ୱରପୁରରୁ ୨ ଜଣ ଓ ସାଣ୍ଡରାହାଟ ପଚାଂୟତରୁ ଜଣେ ଆକ୍ରାନ୍ତ ରହିଛନ୍ତି ।