

Related Stories
October 16, 2025
ଚିତ୍ତରଞ୍ଜନ ଗନ୍ତାୟତ-ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ସଲପତାଲା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।ସାନ ଭାଇର ଗୁଳି ମାଡ଼ରେ ବଡ ଭାଇ ଗୁରୁତର ।ଗୁରୁତର ଜଣକ ହେଲେ ନରେନ୍ଦ୍ର ମଳିକ।ସୂଚନା ମୁତାବକ ଗତକାଲି 11 ଟା ସମୟରେ କୌଣସି କଥାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ବଚସା ହୋଇଥିଲା।ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ଶେଷରେ ସାନ ଭାଇ ରାଗିଯାଇ ଘରେ ଥିବା ଦେଶୀ ବନ୍ଧୁକରୁ ବଡଭାଇ ଉପରକୁ ଗୁଳି ମାଡ଼ କରିଥିଲା।ବଡଭାଇ ଗୁରୁତର ଅବସ୍ଥାରେ ତଳେ ପଡିରହିଥିଲା।ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଗୁରୁତର କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ।ସେଠାରେ ନରେନ୍ଦ୍ରର ଚିକିତ୍ସା ଚାଲିଛି।ଗୁଳିମାଡର ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ଜଣାପଡିନାହିଁ।ତାରାସିଂ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।ଏ ଯାଏଁ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି।