କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶୁକ୍ରବାର ଦିନ ୪ଟା ସମୟରେ ପୁରୀ ସର୍କିଟ୍ ହାଉସ ଠାରେ ତଳମାଳ,ଜଗଦଳ,ବଡ଼ବେଣାକୁଦି, ବେଣ୍ଟପୁର,କାଠୁଆରେଡି,ହନ୍ତୁକ, ରାହାଡ଼ମଲ୍ଲ,ରେବଣା ନୂଆଗାଁ ଓ ଗୋରୁଆଳ ସେବା ସମବାୟ ସମିତି ଜରିଆରେ ଧାନ କ୍ରୟ କରିବା ପାଇଁ ଉପୁଜିଥିବା ବିଭିନ୍ନ ସମସ୍ୟା ଯଥା ମିଲ୍ଲର ଟ୍ୟାଗିଙ୍ଗ୍ ଓ ଚାଷୀ ପଞ୍ଜିକରଣ ଅନୁଯାୟୀ ବିଭିନ୍ନ ସୋସାଇଟିକୁ ଟାର୍ଗେଟ ବଣ୍ଟନ ସମ୍ପର୍କରେ ପ୍ରାଥମିକ ସେବା ସମବାୟ ସମିତିର ସଭାପତି, ସମ୍ପାଦକ ଓ ଚାଷୀ ପ୍ରତିନିଧି ମାନଙ୍କ ସହିତ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଲୋଚନା କରିଛନ୍ତି । ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଅମର ମହାପାତ୍ର,ଅତିରିକ୍ତ ସମବାୟ ନିବନ୍ଧକ ରାଜକିଶୋର ପରିଡ଼ା ଏବଂ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024