ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ଦିନ ୧ କୋଟି ଟୀକାକରଣ କରିବାର ସୁନିଶ୍ଚିତତା ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |କେନ୍ଦ୍ରର ମୋଦୀ ସରକାରଙ୍କ ଖାମଖିଆଲି ମନୋଭାବ ଓ ଦୂରଦୃଷ୍ଟିର ଘୋର ଅଭାବ ଯୋଗୁଁ ସମଗ୍ର ଭାରତ ବର୍ଷରେ ନାଗରିକମାନେ କରୋନା ମହାମାରୀରେ ଛଟପଟ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କର ‘ଟୀକାକରଣ ନୀତି’ ସଂପୂର୍ଣ୍ଣ ଫେଲ ମାରିଛି । ଟୀକାକରଣ ବ୍ୟବସ୍ଥାର ଭିନ୍ନ ଭିନ୍ନ କମ୍ପାନୀର ଟୀକା ଯଥା ସେରମ ଇନଷ୍ଟିଚୁଟର ଟୀକା କୋଭିସିଲଡ ଏବଂ ଭାରତ ବାୟୋଟେକର ଟୀକା କୋଭାକ୍ସିନର ଏକ ଡୋଜର ଦାମ କେନ୍ଦ୍ର ସରକାର ଟ ୧୫୦ ରେ କିଣୁଥିବା ବେଳେ
ରାଜ୍ୟ ସରକାର ସେହି ଟୀକାର ଡୋଜ ପ୍ରତି ୩୦୦ ଟଙ୍କା ଓ ୬୦୦ ଟଙ୍କାରେ ଓ ବେସରକାରୀ ହସପିଟାଲରେ ଡୋଜ କୋଭିସଲଡ ଡୋଜ ପ୍ରତି ଟ ୬୦୦ ରେ ଓ କୋଭାକସିନର ଡୋକ ପ୍ରତି ୧୨୦୦ ଟଙ୍କାରେ କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଏପରିକି କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ଟୀକା ଦେବାର ବ୍ୟବସ୍ଥା କରିବା ପରିବର୍ତ୍ତେ ଟୀକାର ବ୍ୟବସାୟି କରଣ କରିବା ଅତ୍ୟନ୍ତ ପୀଡ଼ାଦାୟକ ଅଟେ । ୨୦୨୦ ମେ ମାସରେ ଅନ୍ୟ ଦେଶମାନେ ଟୀକା କିଣିବାର ବ୍ୟବସ୍ଥା କରିଥିବା ବେଳେ ମୋଦୀ ସରକାର ୨୦୨୧ ଜାନୁଆରୀରେ ଟୀକା କିଣିବାର ପ୍ରଥମ ପୟାସ କରିବା ମୋଦୀ ସରକାରଙ୍କ ଖାମଖିଆଲି ମନୋଭାବର ଜ୍ଵଳନ୍ତ ଉଦାହରଣ ଅଟେ । ୧୪୦ କୋଟି ଭାରତୀୟ ମାନଙ୍କ ଲାଗି ଆଜିସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରୂପେ ୩୯ କୋଟି ଟୀକାର ବରାଦ କରିବା ଉଭୟ ସରକାରଙ୍କର ପାରିବାପଣିଆ ପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ୩୧ ମେ ୨୦୨୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ କୋଟି ୩୧ ଲକ୍ଷ ଲୋକ ଟୀକା ନେଇଥିବା ବେଳେ ୪ କୋଟି ୪୫ ଲକ୍ଷ ଲୋକ ମାତ୍ର ୨ଟି ଡୋଜ ଟୀକା ନେଇପାରିଛନ୍ତି ଯାହାକି ସାରାଦେଶର ଜନସଂଖ୍ୟାର ମାତ୍ର ୩.୧୭% ଅଟେ । ଦୈନିକ ୧୬ଲକ୍ଷ ଲୋକ ଟୀକାକରଣ ନେଉଥିବା ବେଳେ ଯଦି ଏପରି ଅବସ୍ଥା ସମଗ୍ର ଦେଶରେ ଜାରୀ ରହେ ତେବେ ୧୪୦ କୋଟି ଲୋକଙ୍କୁ ଟୀକାକରଣ କରିବା ପାଇଁ ପ୍ରାୟ ୩ ବର୍ଷ ଲାଗିଯିବ । ଏହି ସମୟ ଅବଧିରେ ଆମେ ଆମର ଲକ୍ଷ ଲକ୍ଷ ନାଗରିକଙ୍କୁ ହରାଇବା ସହ ଆହୁରୀ କୋଟି କୋଟି ଲୋକଙ୍କୁ କରୋନା କବଳରେ କବଳିତ କରିସାରିଥିବା ଓ ଦେଶର ପରିଣତି ଆହୁରୀ ଭୟାବହ ହେବା ସଂଗେ ସଂଗେ ଦେଶ ଓ ରାଜ୍ୟର ଅବସ୍ଥା ଅନିୟନ୍ତ୍ରିତ ହୋଇପଡ଼ିଥିବ । କେନ୍ଦ୍ରର ବିଜେପି ସରକାର ଅବିଳମ୍ବେ ଟୀକା କିଣି ଦେୟମୁକ୍ତରେ ରାଜ୍ୟ ଓ ବେସରକାରୀ ହସପିଟାଲକୁ ପ୍ରଦାନ କଲେ ଜନସାଧାରଣ ଉପକୃତ ହୋଇପାରିବେ । ଏପରିକି ଚଳିତବର୍ଷ ୩୧ ଡିସେମ୍ବର ୨୦୨୧ ପୂର୍ବରୁ ୧୮ ବର୍ଷରୁ ଉର୍ଦ୍ଧ ପ୍ରାପ୍ତ ବୟସ୍କ ମାନଙ୍କୁ ଟୀକାକରଣ କାର୍ଯ୍ୟକୁ ଉଭୟ ସରକାର ତ୍ବରାନ୍ବିତ କରିବାକୁ ଯଥାସମ୍ଭବ ପ୍ରୟାସ କରିବା ଉଚିତ ।ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଓ ନେତୃମଣ୍ଡଳୀ ଗଣ ଦାବୀ ଉପସ୍ଥାପନ କରିଛି ଯେ କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ଦେୟମୁକ୍ତ ସାର୍ବଜନୀନ ଟୀକାକରଣ ବ୍ୟବସ୍ଥା ଅବିଳମ୍ବେ କରି କରୋନା ମହାମାରୀକୁ ଦମନ କରି ପାରିବାରେ ଏହାହିଁ ଏକମାତ୍ର ରାସ୍ତା ଯଦ୍ବାରା କରୋନା ଉପରେ ଆମେ
ବିଜୟଲାଭ କରିପାରିବା । ଅଖିଳ ଭାରତ କଂଗ୍ରେସ କମିଟି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ଅନୁଯାୟୀ ଜିଲ୍ଲାପାଳ ମହୋଦୟ ସ୍ମାରକପତ୍ରଟିକୁ ଅବିଳମ୍ବେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରି ଦେଶବାସୀଙ୍କ ପ୍ରତି କଂଗ୍ରେସ ଦଳର ସେବା ଓ ପ୍ରୟାସକୁ ଆଗେଇ ନେବା ପାଇଁ ଆଜି ପୁରୀ ଜ଼ିଲ୍ଲା କଂଗ୍ରେସ କମିଟି ତରଫରୁ ଟାଉନ କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ, ପିସିସି ସମ୍ପାଦକ ଲଲାଟେନ୍ଦୁ ଦାସ, ପିସିସି ମୁଖପାତ୍ର ବିନାୟକ ଦାସମହାପାତ୍ର, ଡିସିସି ସମ୍ପାଦକ ନିରଞ୍ଜନ ରଥ, ଡିସିସି ଲିଗାଲ ସେଲ ଅଧ୍ୟକ୍ଷ କାଳି ପ୍ରସାଦ ନାୟକ, ବରିଷ୍ଠ ଯୁବ ଓ ଛାତ୍ର କଂଗ୍ରେସ ନେତା ସୁକାନ୍ତ ପ୍ରଧାନ, ପିପିଲି ଉପନିର୍ବାଚନ ପ୍ରାର୍ଥୀ ତଥା ପୁରୀ ଜ଼ିଲ୍ଲା ସେବା ଦଳ ସଭାପତି ବିଶ୍ୱକେଶନ ହରିଚନ୍ଦନ, ବ୍ରହ୍ମଗିରି କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ବରାଳ, ଯୁବ ଓ ଛାତ୍ର ନେତା ଅମରେନ୍ଦ୍ର ପାଇକରାୟ, ପୁରୀ ସଦର ବ୍ଲକ ସଭାପତି ଅବିନାଶ ମିଶ୍ର, ବସ୍ତି ନେତା ଆର୍ତତ୍ରାଣ ସାହୁ, ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବସ୍ତି ଯୁବ ନେତା ମନୋଜ ମଣ୍ଡଳ, ବସ୍ତି ଛାତ୍ର ନେତା ଅନିଲ ବେଜ, ଛାତ୍ର କଂଗ୍ରେସ ନେତା ରିସାନ ଦାଶ, ଆଶୁତୋଷ ସାମନ୍ତରାୟ ଙ୍କ ସମତେ ଅନ୍ୟ କଂଗ୍ରେସ ର ସଦସ୍ୟ ବୃନ୍ଦଙ୍କ ଉପସ୍ଥିତ ଥିଲେ |
Related Stories
November 24, 2024
November 24, 2024