ନୂଆଦିଲ୍ଲୀ –ସାଧାରଣ ଭାବେ ପୋଲିସ ମାନଙ୍କର କାମ ସରକାରୀ କର୍ମଚାରୀ ରୂପେ ଦେଖିବାକୁ ମିଳେ ହେଲେ ଯେତେବେଳେ ଆମେ ଦୃଷ୍ଟିକୋଣ ବଦଳାଇଦେଉ ସେତେବେଳେ ଦେଖୁ ଯେ ପୋଲିସ ଜବାନ ମାନଙ୍କର ଦେଶକୁ ପ୍ରଗତି ପଥରେ ଅଗ୍ରସର କରିବାରେ ଗୁରୁତ୍ୱପୂର୍ଣ ଅବଦାନ ରହିଛି । ଏଗ ଏହା କହିଛନ୍ତି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ । ପୋଲିସ ସ୍ମୃତି ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ଅବସରରେ ସେ ସୋମବାର ଦିନ ପୋଲିସକର୍ମୀ ମାନଙ୍କ ମନୋବଳ ବଢାଇବା ସହ ଏହା କହିଛନ୍ତି ।
ସେ କହିଛନ୍ତି ଯେ ସୀମାରେ ସୁରକ୍ଷା ହେଉ ବା ଆତଙ୍କବାଦର ସାମନା ହେଉ ବା ନକ୍ସଲବାଦୀଙ୍କ ସାମନା ହେଉ ସବୁଥିରେ ପୋଲିସର ଜବାନ ମାନେ ନିଜର ଭୂମିକା ନିର୍ବାହ କରିଥାନ୍ତି । ବେଆଇନ ଗତିବିଧି ଉପର ଲଗାମ ଲଗାଇବା ସହ ଦେଶକୁ ଶାନ୍ତିର ରାସ୍ତାରେ ଅଗ୍ରସର କରାଇବା ତଥା ପୂର୍ବୋତର ଭାରତରେ ଉଗ୍ରବାଦ ସହ ସଂଘର୍ଷ କରି ସ୍ଥାପିତ କରିବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ସେ କହିଛନ୍ତି ।
ଜାମ୍ମୁ କାଶ୍ନୀରରେ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ ଲଢେଇ ଓ ରାଜ୍ୟକୁ ଭାରତର ଅଭିନ୍ନ ଅଂଗ କରାଇବାରେ ପୋଲିସ ବଳ କାରଣରୁ ହିଁ ସମ୍ଭବ ହୋଇ ପାରିଛି ।