
ଗୁରୁବାର ପର୍ଯ୍ୟନ୍ତ ତିନି ରଥର ୨୧ ଟି ଚକର ନିର୍ମାଣ ଶେଷ ହୋଇଥିଲା ।ଆଜି ତିନି ରଥର ଆଉ ୫ ଟି ଚକ ନିର୍ମାଣ ସରି ମୋଟ ୨୬ ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି ।ଏଥି ସହ ତିନି ରଥ ପାଇଁ ଆବଶ୍ୟକମୋଟ ୨୧ ଟି ଅଖର ନିର୍ମାଣ ଶେଷ ହୋଇଅଛି ।ଏଥି ସହ ତିନି ରଥ ର ‘ପ୍ରଥମ ଭୂଇଁ’ ପ୍ରସ୍ତୁତ ପାଇଁ ପ୍ରତ୍ୟେକ ରଥର ୮ଟି ‘ଖମ୍ବୀ’ ମଧ୍ୟରୁ ତିନି ରଥର ୬ଟି ଲେଖାଁଏ ଖମ୍ବିର ଚଉପଟ ସରି ଦୁଇ ପାର୍ଶ୍ଵରେ ସାଲକାମ ସରିଛି ।ତିନି ରଥର ୮ଟି ଲେଖାଁଏ ସାଲ ଗୁଜରେ ରୂପକାର ସେବକ ମାନେ ସିଂହ ବିରାଳ ରୂପ ଖୋଦେଇ ପ୍ରାୟ ୧୦ଅଣା କାମ ଶେଷ ହୋଇଛି |ଏହାପରେ ସିଂହାସନ ମୁଁହାଟୀ, ନାଟ ଗୋଡ କାର୍ଯ୍ୟ (ନାଟ ଗୋଡ଼ରେ ରାକ୍ଷସ ବା ଗନ୍ଧର୍ବ ରୂପ ଖୋଦେଇ)ଆରମ୍ଭ ହେବ ।ଗୁରୁବାର ସୁଧା ତାଳଧ୍ଵଜ ରଥର ୭ଟି ଚକ ର ନିର୍ମାଣ ଶେଷ ହୋଇ ଥିଲା| ଆଜି ଆଉ ଗୋଟିଏ ଚକ ର ନିର୍ମାଣ ଶେଷ ହୋଇ ମୋଟ ଚକ ନିର୍ମାଣ ସଂଖ୍ୟା ୮ରେ ପହଂଚିଛି ଏବଂ ୯ମ ଓ ୧୦ ମ ଚକ ର ତୁମ୍ଵରେ ଅର ସଂଯୋଗ, ସିଙ୍ଗଡ଼ା ଵାଡ଼ିଆ ପରେ ଅର ସାଲକାମ ସରି ତୁମ୍ବର ପଂଦାରୀ ଗାଡ଼ ଖୋଳା ଚାଲିଛି । ୭ଟି ଅଖର ନିର୍ମାଣ ଶେଷ ହୋଇଛି ।ଗତ କାଲି ସୁଦ୍ଧା ୬ଟି ଚକର ନିର୍ମାଣ ଶେଷ ହୋଇଥିଲା |ଆଜି ଆଉ ଦୁଇଟି ଚକ ନିର୍ମାଣ ସରି ମୋଟ ଚକ ନିର୍ମାଣ ସଂଖ୍ୟା ୮ରେ ପହଂଚିଛି | ୯ମ,୧୦ମ ଚକ ର ତୁମ୍ଵରେ ପଇ ସଂଯୋଗ ସରିଛି,ଏବଂ ମୋଟ ୬ଟି ଅଖର ନିର୍ମାଣ ଶେଷ ହୋଇଛି ।
ନନ୍ଦିଘୋଷ ରଥର ଗୁରୁବାର ସୁଧା ୮ଟି ଚକର ନିର୍ମାଣ ଶେଷ ହୋଇଥିଲା |ଆଜି ଆଉ ଦୁଇଟି ଚକ ନିର୍ମାଣ ସରି ମୋଟ ଚକ ନିର୍ମାଣ ସଂଖ୍ୟା ୧୦ ରେ ପହଂଚିଛି । ୧୧ନମ୍ବର,୧୨ ନମ୍ବର ଚକରେ ଅର ସଂଯୋଗ ପରେ ଯନ୍ତାଗାଡ଼ ଠାରେ ସିଙ୍ଗଡ଼ା ଵାଡ଼ିଆ କାମ ଚାଲିଛି ।ନନ୍ଦିଘୋଷ ରଥ ମୋଟ ୮ଟି ଅଖର ନିର୍ମାଣ ଶେଷ ହୋଇଛି|ପ୍ରଥମ ଭୂଇଁ ପାଇଁ ଖମ୍ବୀ ୮ଟିର ଚଉପଟ କାମ ସରିଅଛି ।
ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତାଳଧ୍ଵଜ ରଥ ର ଚକ ପାଇଁ ପଂଦାରୀ ନିର୍ମାଣ ଶେଷ ପରେ, ଚାରିନାହାକା ପାଇଁ ‘ଚଣାକ’ କଣ୍ଟା, ଗୟଳ ବାନ୍ଧେଣି ପାଇଁ ‘ଯୋଖା’ ନିର୍ମାଣ କରୁଛନ୍ତି | ନନ୍ଦିଘୋଷ ରଥ ଏବଂ ଦେବଦଳନ ରଥ ର ଦୁଆର ବନ୍ଧ ପାଇଁ ‘ଅଗ ପାତେଳି’ କଣ୍ଟା ଏବଂ ଗୟଳ ପାଇଁ ୧୬ ଏମ.ଏମ କଣ୍ଟା ସହ ୧୦ଏମ.ଏମ ର ସିଙ୍ଗଡ଼ା କଣ୍ଟା ନିର୍ମାଣ କରୁଛନ୍ତି ।
ରଥ ନିର୍ମାଣ କାର୍ଯ୍ୟରେ ମୋଟ ୧୯୨ ଜଣ ନିୟୋଜିତ ଅଛନ୍ତି |