ଆଜି ଚିହ୍ନଟ ହୋଇଥିବା ୭୭୨୯ ଜଣଙ୍କ ମଧ୍ୟରୁ ୪୩୩୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୩୯୮ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରେ ସବୁଠାରୁ ଅଧିକ ୧୦୬୨ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୨୬ ଜଣ, ବରଗଡ଼ରୁ ୧୮୯ ଜଣ, ଭଦ୍ରକରୁ ୨୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୧୨୮ , କଟକରୁ ୭୨୦ ଜଣ, ଦେବଗଡ ଜିଲ୍ଲାରୁ ୭୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୨ ଜଣ, ଗଜପତି ଜିଲ୍ଲାରୁ ୬୮ , ଗଞ୍ଜାମରୁ ୧୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୫୫ ଜଣ, ଯାଜପୁରରୁ ୩୮୮ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, କଳାହାଣ୍ଡିରୁ ୧୫୭ ଜଣ, କନ୍ଧମାଳ ଜିଲ୍ଲାରୁ ୫୨ ଜଣ. କେନ୍ଦ୍ରାପଡ଼ାରୁ ୨୨୩ ଜଣ, କେନ୍ଦୁଝରରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଖୋର୍ଦ୍ଧାରୁ ୧୦୬୨ ଜଣ, କୋରାପୁଟରୁ ୧୮୫ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୪୪୨ ଜଣ, ନବରଙ୍ଗପୁରରୁ ୨୧୯ ଜଣ, ନୟାଗଡ଼ରୁ ୨୧୯ ଜଣ, ନୂଆପଡ଼ାରୁ ୪୮ ଜଣ, ପୁରୀରୁ ୩୩୩ ଜଣ, ରାୟଗଡ଼ାରୁ ୩୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୬୧ ଜଣ, ସୋନପୁରରୁ ୬୧ ଜଣ, ସୁନ୍ଦରଗଡ଼ରୁ ୨୭୦ ଜଣ ଓ ଷ୍ଟେଟ୍ ପୁଲରୁ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୨୩ ଗିରଫ, ୧୮୮ ବାହନ ଜବତ
ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୨୩ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୧୮୮ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୧,୮୪,୭୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।