ଟାଙ୍ଗୀ, ଚିଲିକା କୂଳରେ ଥିବା ମାଛ ଆମଦାନୀ ପେଣ୍ଠସ୍ଥଳୀ ସୋରଣରେ କୋଭିଡ଼୍ ଗାଇଡ଼୍ ଲାଇନ୍ ନମାନି ମାଛ କିଣାବିକା ଚାଲିଥିବା ଖବର ପାଇ ଆଜି ସେଠାରେ ଚିଲିକା ତହସିଲ ଓ କୁହୁଡ଼ି ଫାଣ୍ଡି ପୋଲିସର ମିଳିତ ସହଯୋଗରେ ଏନଫୋର୍ସମେଂଟ ଟିମ୍ ଚଢ଼ଉ କରିଥିଲେ । ଏହି ଚଢ଼ଉ ବେଳେ ମାଛ ଦୋକାନୀ ଓ ଅମାନିଆ ଲୋକଙ୍କ ଠାରୁ ଫାଇନ୍ ଆଦାୟ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ମୁହଁରେ ମାସ୍କ ପିନ୍ଧିବାକୁ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଆଗାମୀ ଦିନରେ ଯଦି ଏଠାରେ ଏଭଳି ସ୍ଥିତି ଉପୁଜେ, ତେବେ ଆଇନ ଉଲ୍ଲଙ୍ଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହୁଡ଼ି ପୋଲିସ ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ସୂଚନା ଦେଇଛନ୍ତି ।