ମାଲକାନଗିରି – ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଡାବୁଗୁଡା ଗ୍ରାମର ଗୋଟିଏ ପରିବାରର ୬ ଜଣ ସଦସ୍ୟ ମାଓବାଦୀଙ୍କ ଭୟରେ ନିଜ ଭିଟାମାଟି ଘରଦ୍ୱାର ଛାଡି କୁଡୁମୁଲୁଗୁମ୍ମାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି । ମାଓ ଧମକ ପରେ ସେମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଭିଟାମାଟି ଛାଡି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ମାସ ୨୮ ତାରିଖରେ ଡାବୁଗୁଡ଼ା ଠାରେ ହୋଇଥିବା ଏନକାଉଣ୍ଟରରେ ଜଣେ ମାଓ କମାଣ୍ଡରର ମୃତ୍ୟୁ ଘଟିଥିଲା । ଡାବୁଗୁଡା ଠାରେ ହୋଇଥିବା ପୋଲିସ ମାଓବାଦୀ ଗୁଳି ବିନିମୟରେ ଏହି ପରିବାର ପୋଲିସକୁ ମାଓବାଦୀଙ୍କ ଖବର ଦେଇଥିବା ଅଭିଯୋଗ କରି ମାଓବାଦୀ ଏହି ପରିବାର ସଦସ୍ୟଙ୍କୁ ମାଡ଼ ମାରିବା ସହ ତାଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି ।