
ଆଜି ଭଉଁରୀ ତିଥିରେ ରଥଖଳା ଠାରେ ମହାପ୍ରଭୁଙ୍କ ତିନି ରଥର ତିନି ଗୋଟି ଅଖ ସହ ‘ଛଅ ଗୋଟି’ ଚକ ସଂଯୋଗ ପୂର୍ବକ ‘ଚକ-ଅଖ’ ଡେରା ନୀତି ସମ୍ପର୍ଣ୍ଣ ହେବାପରେ ପୂର୍ବ ପରମ୍ପରା ପ୍ରକାରେ ରଥଖଳା ଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରୁହେ ।ଆଜି ସକାଳ ୮.୩୦ ରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ପୂର୍ବାହ୍ନ ୧୧ ଟାରୁ ୧୧.୩୦ ମଧ୍ୟରେ ଚକ-ଅଖ ଡେରା ନୀତି ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଘ.୧.୩୦ ପର୍ଯ୍ୟନ୍ତ ଚାଲୁ ରହି ଅପରାହ୍ନ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।ଗତକାଲି ତାଳଧ୍ଵଜ ରଥ ୬ ଟି ଚକ ଶେଷ ହୋଇଥିଲା | ଆଜି ଆଉ ଗୋଟିଏ ଚକ ନିର୍ମାଣ ସାରି ମୋଟ ୭ଗୋଟି ଚକ ସମ୍ପୂର୍ଣ୍ଣ ହୋଇଅଛି । ଏବଂ ୮ମ, ଚକ ର ତୁମ୍ଵରେ ଅର ସଂଯୋଗ ହୋଇ ଯନ୍ତାଗାଡ଼ ଠାରେ ସିଙ୍ଗଡ଼ା ଵାଡ଼ିଆ ସରିଥିଲା |ଆଜି ମାପ ପ୍ରକାରେ ବଳକା ଅଂଶ ଅରରୁ କଟାଯାଇ ପଇ ସଂଯୋଗ ପାଇଁ ଅର ସାଲ କାମ ଚାଲୁ ରହିଛି |୪ଗୋଟି ପଇ ର ବିନ୍ଧ କାମ ଶେଷ ପର୍ଯ୍ୟାୟରେ |ଏଥି ସହ ତାଳଧ୍ଵଜ ରଥର ୭ ଟି ଅଖ ମଧ୍ୟରୁ ୬ ଗୋଟି ଅଖ ର ଦୁଇ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ଶେଷ ହୋଇ ଶେଷ ଅଖଟିର ଦୁଇପଟ ଚଉପଟ କାର୍ଯ୍ୟ ଚାଲୁ ରହିଛି ।
ଦେବଦଳନ ରଥର ୫ଟି ଚକ ଶେଷ ହୋଇଥିଲା , ଆଜି ଆଉ ଗୋଟିଏ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇ ୬ ଟି ଚକର ନିର୍ମାଣ ଶେଷ ହୋଇଛି | ୭ମ ଚକର ତୁମ୍ଵରେ ଅର ଲାଗି ସରି ଅରରେ ସିଙ୍ଗଡ଼ା ଵାଡ଼ିଆ ହୋଇ ଅର ର ବଳକା ଅଂଶ ମାପ ପ୍ରକାରେ କଟିଙ୍ଗ ହୋଇ ଅରରେ ସାଲ କାମ ଶେଷ ହୋଇଛି |୪ଟି ପଇର ବିନ୍ଧ ଶେଷ ହୋଇଛି ଓ ୮ ମ ଚକ ପାଇଁ ତୁମ୍ଵରେ ଅର ସଂଯୋଗ,ଯନ୍ତାଗାଡରେ ସିଙ୍ଗଡ଼ା ଵାଡ଼ିଆ ହୋଇଅରର ବଳକା ଅଂଶ କଟିଙ୍ଗ ପାଇଁ ମାପ ଚାଲିଛି । ଏଥିସହ ଦେବୀ ରଥର ୬ଟି ଅଖରୁ ୪ଟି ଅଖର ଗୋଲେଇ କାର୍ଯ୍ୟ ଶେଷ ହୋଇଥିଲା |ଆଜି ଆଉ ଗୋଟିଏ ଅଖର ଗୋଲେଇ କାର୍ଯ୍ୟ ସାରି ଶେଷ ଅଖଟି ର ଦୁଇପଟ ଚଉଅଟ ସାରି ଗୋଲେଇ କାମ ଆରମ୍ଭ ହୋଇଛି ।
ନନ୍ଦିଘୋଷ ରଥର ଗତକାଲି ୬ଟି ଚକ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା |ଆଜି ଆଉ ଦୁଇଟି ଚକର ନିର୍ମାଣ କାର୍ଯ୍ୟ ସରି ମୋଟ ୮ଟି ଚକ ର ନିର୍ମାଣ ଶେଷ ହୋଇଛି ।ଏଥିସହ ୯ମ ଚକର ତୁମ୍ଵରେ ଅର,ସଂଯୋଗ ହୋଇ ଅରରେ ପଇ ପିନ୍ଧାକାମ ଶେଷ ହୋଇଛି |ପଇ, ପଇ ବାନ୍ଦେଣି ପାଇଁ ପଇ କଳସା ବାକି ଅଛି |୧୦ ମ ଚକ ତୁମ୍ଵରେ ଅର ସଂଯୋଗ,ସିଙ୍ଗଡ଼ା ଵାଡ଼ିଆ ଏବଂ ପଇ ସାଲ ସରିଛି, ୧୧ତମ ଚକ ତୁମ୍ଵରେ ଅଖ ବିନ୍ଧ ସରି ଅରରେ ସିଙ୍ଗଡ଼ା ଵାଡ଼ିଆ କାମ ଶେଷ ହୋଇଛି |ଏଥି ସହ ନନ୍ଦିଘୋଷ ରଥର ୮ଟି ଅଖ ମଧ୍ୟରୁ ୬ଟି ଅଖର ଗୋଲେଇ କାର୍ଯ୍ୟ ସରି , ଦୁଇ ବ୍ରେକ ଅଖର ଦୁଇପଟ ଚଉପଟ ସରି ଗୋଲେଇ କାର୍ଯ୍ୟ ବାକି ଅଛି ।ତିନି ରଥର ମୋଟ ୨୧ ଚକ ର ନିର୍ମାଣ ଶେଷ ହୋଇଛି ।ଆଜି ଦୋଳବେଦୀ ସ୍ଥ କମାରଶାଳ ଓଝା ସେବକ ମାନେ ଭଉଁରୀ ତିଥିରେ ତିନି ରଥର ଚକ ଅଖ ଡେରା ନୀତି ପାଇଁ ଚାରି ଚାରି ଟି ଲେଖାଁଏ ଅନୁକୂଳ ପଂଦାରୀ ଚାବି ଯୋଗାଇବା ସହ, ଦୁଇ ଦୁଇଟି ବଳା ରଥଖଳା କୁ ଯୋଗାଇଛନ୍ତି ।