ଗୁରୁବାର ଜ୍ୟେଷ୍ଠ କୃଷ୍ଣ ନବମୀ ତିଥିରେ ଭଉଁରୀ ଯାତ୍ରା ଅବସରରେ ମହାପ୍ରଭୁଙ୍କ ସକାକ ଧୂପ ପରେ ରଥ ଖଳା ଠାରେ ତିନୋଟି ଅଖ ସହ ଛଅଗୋଟି ଚକ ସଂଯୋଗ ପୂର୍ବକ ଆଜିର ଚକ ଅଖ ଡେରା ନୀତି ସମ୍ପର୍ଣ୍ଣ ହୋଇଅଛି ।ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରାତଃ ଘ.୫.୧୫ ରେ ହୋଇ ଭିତର ଶୋଧ ପରେ, ମଙ୍ଗଳ ଆଳତି ପ୍ରାତଃ ଘ.୫.୫୫ ରେ ବଢି ମହାପ୍ରଭୁଂ ଙ୍କ ପରବର୍ତ୍ତୀ ନୀତି ମାନ ବଢି,ଶ୍ରୀଜୀଉମାନଙ୍କ ସକାଳ ଧୂପ ଘ.୧୦.୨୫ ରେ ଶେଷ ହୋଇ ଘ.୧୦.୫୦ ରେ ତିନି ଜଣ ପୂଜାପଣ୍ଡା ସାମନ୍ତେ ଆଜ୍ଞାମାଳ ଧରି ପଟୁଆରରେ ଆସି ରଥଖଳା ରେ ପହଞ୍ଚିଥିଲେ |
ପ୍ରଥମେ ତିନି ବାଡ଼ର ପୂଜା ପଣ୍ଡା ସାମନ୍ତ ଶ୍ରୀନହରକୁ ଯାଇ ନିର୍ଦ୍ଦେଶ ପାଇବାପରେ ସେଠାରୁ ଫେରି ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞା ମାଳ ପ୍ରଦାନ ପରେ ଭୋଇ ସେବକ ମାନେ ତିନି ରଥର ଗୋଟିଏ ଲେଖାଏଁ ଅଖ ସହ ଦୁଇଟି ଲେଖାଁଏ ଚକ ଡେରା କାର୍ଯ୍ୟ ସମ୍ପର୍ଣ୍ଣ କରି ଥିଲେ |ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ,ଆରକ୍ଷୀ ଅଧୀକ୍ଷକ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ, ଶ୍ରୀ ମନ୍ଦିର ନୀତି ପ୍ରଶାସକ ଙ୍କ ସମେତ ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତ ମାନେ ଉପସ୍ଥିତ ଥିଲେ ।