ଭଞ୍ଜନଗର – ସୋମବାର ଦିନ 12 ଟା ସମୟରେ ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ପହଂଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇଥିଲେ l ନିରାମୟ ଯୋଜନା ରେ ସମସ୍ତ ଔଷଧ ମିଳୁଛି ନା ବାହାରୁ କିଣିବାକୁ ପଡୁଛି ତାହା ପଚାରି ବୁଝିଥିଲେ l ଏଥି ସହ ଦଲାଲ ମାନଙ୍କୁ ପ୍ରଶ୍ରୟ ନ ଦେବାକୁ କହିଥିଲେ l ମେଡିକାଲ ପରିସରରେ ବେଆଇନ ଭାବେ ଖୋଲାଯାଇଥିବା ଶଙ୍କର ମେଡ଼ିସିନ ଷ୍ଟୋର କୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l
Related Stories
November 23, 2024