ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୮୮୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯୦୯୭୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୭୦୨୬୨୧ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୮୫୪୨୩ ରହିଛି । ଆଜି ଚିହ୍ନଟ ହୋଇଥିବା ୮୮୩୯ ଜଣଙ୍କ ମଧ୍ୟରୁ ୪୯୪୮ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୮୯୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରେ ସବୁଠାରୁ ଅଧିକ ୧୨୨୨ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୯୫ ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୪୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୧୭୯ , କଟକରୁ ୭୬୯ ଜଣ, ଦେବଗଡ ଜିଲ୍ଲାରୁ ୮୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୧୦ ଜଣ, ଗଜପତି ଜିଲ୍ଲାରୁ ୫୨ , ଗଞ୍ଜାମରୁ ୧୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୩୧୭ ଜଣ, ଯାଜପୁରରୁ ୪୯୩ ଜଣ, ଝାରସୁଗୁଡ଼ାରୁ ୧୨୧ ଜଣ, କଳାହାଣ୍ଡିରୁ ୧୪୫ ଜଣ, କନ୍ଧମାଳ ଜିଲ୍ଲାରୁ ୫୮ ଜଣ. କେନ୍ଦ୍ରାପଡ଼ାରୁ ୩୦୮ ଜଣ, କେନ୍ଦୁଝରରୁ ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୨୩୫ ଜଣ, କୋରାପୁଟରୁ ୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୮୩ ଜଣ, ନବରଙ୍ଗପୁରରୁ ୧୨୯ ଜଣ, ନୟାଗଡ଼ରୁ ୨୪୬ ଜଣ, ନୂଆପଡ଼ାରୁ ୩୪ ଜଣ, ପୁରୀରୁ ୪୩୮ ଜଣ, ରାୟଗଡ଼ାରୁ ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୯୪ ଜଣ, ସୋନପୁରରୁ ୧୧୮ ଜଣ, ସୁନ୍ଦରଗଡ଼ରୁ ୩୩୮ ଜଣ ଓ ଷ୍ଟେଟ୍ ପୁଲରୁ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।