ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସର୍ବତ୍ର କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଏହି ସମୟରେ ଜୁନ ୩ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୫୮୩ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୮୩ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସାଙ୍ଗକୁ ଓଡ଼ିଶାର ତୃତୀୟ ସ୍ଥାନରେ ରହିଛି । ଏଥିସହିତ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯,୫୨୯ରେ ପହଁଞ୍ଚିଛି । ସେହିପରି ଜୁନ ୨ ପର୍ଯ୍ୟନ୍ତ ଜିଲ୍ଲାରୁ ୯୦.୧ ପ୍ରତିଶତ ହାରରେ ୨୬,୬୦୫ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୯.୫୮ ପ୍ରତିଶତ ହାରରେ ୨,୮୨୯ ଜଣ ସକ୍ରିୟ ଥାଇ , ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଣ୍ଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି ଏବଂ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ୦.୩୨ ପ୍ରତିଶତ ହାରରେ ମୋଟ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏଥି ସହିତ କେବଳ ଜୁନ ମାସର ୩ ଦିନରେ ଜିଲ୍ଲାରୁ ୧,୪୧୦ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।