
ମାଲକାନଗିରି, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କର ଅକାଳ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି। ତାଙ୍କର ଏହି ବିୟୋଗରେ ଆଜି ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ଠାରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବିଜୁ ଜନତା ଦଳର ରାଜ୍ୟ ବିହନ ନିଗମ ଅଧକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ପଣ୍ଡା,ଦୁର୍ଗା ପ୍ରସାଦ ତ୍ରିପାଠୀ, ପ୍ରଭାକର ପ୍ରଧାନ, ନୃସିଂହ ଚରଣ ମହାନ୍ତି,ବଂଶୀଧର ମୁଦୁଲି, ହୃଦାନନ୍ଦ ସାହୁ, ଜେମ୍ସ ଜୋସେଫ,ଆଡ଼ମା ରାବା, ତାପସ ରଂଜନ ନାୟକ,କଣ୍ଟେଶ୍ୱର ପଟଲା,ଏ. ରାଜୁ ରାଓ,ରାଜୁ ମଣ୍ଡଳ, ମନୋଜ ପଟ୍ଟନାୟକ, ସୁନୀଲ ସାହୁ,ଓ ରଜତ କୁମାର ପଣ୍ଡା ଉପସ୍ଥିତ ରହି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।