ଆସନ୍ତାକାଲି ଗୁରୁବାର ଭଉଁରୀ ତିଥିରେ ଚକ,ଅଖ ସଂଯୋଗ ବା ଚକ ଅଖ ଡେରା ନୀତି ନିର୍ଦ୍ଧାରିତ ସମୟ ପୂର୍ବରୁ ଚକ, ଅଖ ନିର୍ମାଣ ପ୍ରସ୍ତୁତି ସରିଛି।ତିନି ରଥର ମୋଟ ୧୭ ଗୋଟି ଚକ ଶେଷ ହୋଇଛି |
ତାଳଧ୍ଵଜ ରଥର ୬ ଗୋଟି ଚକ, ଦେବଦଳନ ରଥର ୫ ଗୋଟି ଚକ,ଏବଂ ନନ୍ଦିଘୋଷ ରଥର ୬ ଗୋଟି ଚକ ସମ୍ପୂର୍ଣ୍ଣ ହୋଇଛି । ବାକି ଚକଗୁଡିକର ନିର୍ମାଣ କାର୍ଯ୍ୟ ଆଗେଇ ନେବାପାଇଁ ଗତକାଲି ରାତିରେ କଟକ ସ ମିଲରୁ କଟିଙ୍ଗ ହୋଇ ପଇ,ଅର ଏବଂ ଅନ୍ୟାନ୍ୟ ତିଖ ଗୁଜ କାଠ ଆସିଅଛି,ଯାହାକି ନନ୍ଦିଘୋଷ ରଥ ର ୬ ଗୋଟି ଚକ ପାଇଁ ପଇ,ଦେବଦଳନ ରଥର ଆଉ ୪ ଗୋଟି ଚକ ପାଇଁ ପଇ,ଏବଂ ତାଳଧ୍ଵଜ ରଥର ଆଉ ୪ଗୋଟି ଚକ ପାଇଁ ପଇ ଯୋଗାଇ ଅଛନ୍ତି ।
ତାଳଧ୍ୱଜ ରଥର ୬ଟି ଚକ ଗତକାଲି ଠାରୁ ଶେଷ ହୋଇ, ଆଉ ଦୁଇଟି ଚକ କାମ ଆରମ୍ଭହୋଇ ଥିଲା |ଆଜିର କାମ ଶେଷ ବେଳକୁ ୭ମ ଚକ ପାଇଁ ତୁମ୍ଵରେ ଅରରେ ପଇ ଲାଗି ସାରି ,ପଇ ପଇ ସଂଯୋଗ ପାଇଁ ଖାପ ବା କଳସା କାମ ସରି ଅଛି |ବିଲେଇ ଵାଡ଼ିଆ ପରେ ୭ମ ଚକା ଶେଷ ହେବ,ଏଥି ସହିତ ୮ମ ଚକାପାଇଁ ତୁମ୍ଵରେ ଅର ଲାଗି ସରି ଅଛି |ସିଙ୍ଗଡ଼ା ଵାଡ଼ିଆ ପାଇଁ ପ୍ରସ୍ତୁତ ଚାଲିଅଛି |ଆଜି ଯୋଗାଇ ଦିଆଯାଇଥିବା ପଇରେ ବିନ୍ଧ କାମ ଚାଲିଛି ।ତାଳଧ୍ଵଜ ରଥର ୭ଟି ଅଖ ରୁ ୧ଟି ନାହାକା ଅଖ, ୧ ଟି ପଡିନାହାକା ଅଖ ଶେଷ ହୋଇ , ଦୁଇଟି ଉଛୁଳା ଅଖ ଏବଂ ୨ ଟି ବ୍ରେକ ଅଖ ଦୁଇ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ପାଇଁ କାମ ଆରମ୍ଭ ହୋଇଅଛି ।
ଦେବଦଳନ ରଥର ୫ ଟି ଚକ ଶେଷ ହୋଇ, ଷଷ୍ଠ ଚକ ଟିର ତୁମ୍ଵରେ ଅର ଲାଗି ହୋଇ ସିଙ୍ଗଡ଼ା ଵାଡ଼ିଆ ହୋଇ ଅର କଟିଙ୍ଗ ହୋଇ ଅର ସାଲ ସରିଛି| ପଇରେ ବିନ୍ଧ ସରିଅଛି , ଅରରେ ପଇ ଭୁଞ୍ଜାଯାଇ ପଇ କଳସା ହେବ , ୭ମ ଚକ ପାଇଁ ତୁମ୍ଵରେ ଅର ଲାଗି ସାରିଛି, ପଇ ବିନ୍ଧ କାମ ଚାଲିଛି । ଏଥିସହ ଦେବଦଳନ ରଥର ୬ଟି ଅଖରୁ ଦୁଇଟି ନାହାକା ଅଖ ଶେଷ ହୋଇ,ଦୁଇଟି ପଡି ନାହାକା ଅଖ ଶେଷ ହୋଇଛି ଏବଂ ଦୁଇଟି ସାନ ଉଛଳା ବା ବ୍ରେକ ଅଖ ର ଦୁଇ ପାର୍ଶ୍ୱ ଗୋଲେଇ ପାଇଁ ଚଉପଟ କାର୍ଯ୍ୟ ଜାରୀ ରହିଛି ।
ଏଥି ସହ ୮ ଟି ଖମ୍ବୀ କାଠରେ ପାହି ମହାରଣା ସୁତା ମାପ କରି ଦାଗ ଚିହ୍ନ ଦେଇଛନ୍ତି, ସାଲ କାମ ହେବ |ଏହା ରଥର ପ୍ରଥମ ଭୂଇଁ ରେ ଓରା ଦେହରେ ସଂଯୁକ୍ତ ହେବ ।ଦେବଦଳନ ରଥର ପ୍ରଥମ ୬ଗୋଟି ସାଲଗୁଜର ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ଏଥିସହ ରୂପଗୁଡିକ ପଲିସ କାମ ଜାରୀରହିଛି।
ନନ୍ଦିଘୋଷ ରଥର ୬ଟି ଚକ ଗତ କାଲି ଠାରୁ ସମ୍ପୁର୍ଣ୍ଣ ହୋଇ,ଆଉ ଦୁଇଟି ଚକ ,ସପ୍ତମ ଏବଂ ଅଷ୍ଟମ ଚକ କାମ ଶେଷ ପର୍ଯ୍ୟାୟରେ, ୭ମ ଚକର ତୁମ୍ଵରେ ଅର, ପଇ ଲାଗି ହୋଇ ପଇ କଳସା କାମ ଚାଲୁଛି ୮ ମ ଚକ ର ତୁମ୍ଵରେ ଅର ଲାଗି ହୋଇ ସିଙ୍ଗଡ଼ା ଵାଡ଼ିଆ ସରି ଅଛି |ତୁମ୍ଵରେ ବିନ୍ଧ କାର୍ଯ୍ୟ ଚାଲୁଅଛି ।
ନନ୍ଦିଘୋଷ ରଥର ୮ ଟି ଅଖ ମଧ୍ୟରୁ ୨ଟି ନାହାକା ଅଖ, ୨ ଟି ପଡିନାହାକା ଅଖ ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଥିଲା | ଆଜି ଦୁଇଟି ବଡ ଉଛଳା ଅଖ,ଏବଂ ଦୁଇଟି ସାନ
ଉଛଳା ବ୍ରେକ ଅଖ ଦୁଇ ପାର୍ଶ୍ୱ ଗୋଲେଇ କାମ ଚାଲୁ ରହିଛି ।
ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତୁମ୍ବ ପାଇଁ ପଂଦାରୀ , ବଳ ନିର୍ମାଣ ଶେଷ ପରେ 6 mm ର ପଂଦାରୀ ଚାବି, 16 mm ର ଗୟଲ କଣ୍ଟା, ଯୋଖା, କଇଁଛି, ଏବଂ ଛନ୍ଦା ଗୟଳରେ ଲାଗିବାପାଇଁ କଣ୍ଟା ନିର୍ମାଣ କରୁଛନ୍ତି ।ଆଜି ମଧ୍ୟାନ ରେ ମୁଖ୍ୟ ପ୍ରଶାସକ ଡ଼.କ୍ରିସନକୁମାର ଏବଂଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ମହୋଦୟ ରଥଖଳା ଠାରେ ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନିର୍ମାଣକାରୀଙ୍କ ସହ ନିର୍ମାଣ ସମ୍ପର୍କୀୟ ଆଲୋଚନା କରିଥିଲେ ।