
କଟକ. ଆଜୀ ସକାଲ ୧୦ ଟା ସମୟରେ ମାରୱାଡି ଯୁବ ମଂଚ କଟକ ଶାଖା ଦ୍ୱାରା ଅଖିଳ ଭାରତୀୟ ମାରୱାଡି ଯୁବ ମଂଚର ରାଷ୍ଟ୍ରୀୟ ପ୍ରକ୍ଲପ “ଆନନ୍ଦ ସବ କେ ଲିୟେ” କାର୍ଯ୍ୟକ୍ରମ ଅନୁସାରେ କଟକ ବିଜୁ ପଟନାୟକ ଛକ ସ୍ଥିତ “ଦୟା ଆଶ୍ରମ” ରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରା ଗଲା । ଜନସମ୍ପର୍କ ଅଧିକାରୀ ୟୁବା ଶ୍ୟାମ ଗୋୟନକା କହିଛନ୍ତି ଯେ ମାରୱାଡି ଯୁବ ମଂଚ କଟକ ଶାଖା ସଦସ୍ୟ ଶ୍ରୀ ମହେନ୍ଦ୍ର ଅଗ୍ରୱାଲ ଏବଂ ଶ୍ରୀମତୀ ଅନିତା ଅଗ୍ରୱାଲଙ୍କ ବିବାହର ପଚିଶ ବର୍ଷ ପୁର୍ତ୍ତୀ ଅବସରରେ ଆଶ୍ରମ ରେ ରହୁ ଥିବା ୫୦ ଜଣଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରା ଗଲା । ମାରୱାଡି ଯୁବ ମଂଚ କଟକ ଶାଖା ସଭାପତି ୟୁବା ସଚିନ ଉଦୟପୁରିୟା କହିଛନ୍ତୀ ଯେ ଆଶ୍ରମ ରେ ରହୁ ଥିବା ୫୦ ଜଣଙ୍କ ରୁଟି, ବିସ୍କୁଟ, ବନ୍ଧାକୋବି, ଆମ୍ବ ଏବଂ ମାସ୍କ ଯୋଗାଇ ଦିଆଯାଇଥିଲା। ଲକଡାଉନ୍ ପରିସ୍ଥିତି ଥିଲେ ମଧ୍ୟ ଶାଖା ସଚିବ ୟୁବା କିଶୋର କୁମାର ଆଚାର୍ଯ୍ୟ ଏବଂ ସଦସ୍ୟମାନଙ୍କ ଯୋଗଦାନ ଅତୁଳନୀୟ ଥିଲା ।