-
ଦ୍ୱିତୀୟ ଦିନରେ ଓଡ଼ିଶା “ମୋ ପରିବାର” ଆନୁକୂଲ୍ୟରେ ଜିବନ ବିନ୍ଦୁ ମାଧ୍ୟମରେ ୪୧ ୟୁନିଟ ରକ୍ତ ସଂଗ୍ରହ,
କରୋନା ମହାମାରୀ ସମୟରେ ରାଜ୍ୟ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଅନ୍ୟପକ୍ଷରେ କରୋନା ସହ ଅନ୍ୟ ରୋଗରେ ରାଜ୍ୟ ବାସୀ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ବର୍ତମାନ ରକ୍ତ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କୋରନା ମହାମାରୀ ସମୟରେ ରକ୍ତଜନିତ ଅଭାବ ଦୂର କରିବା ପାଇଁ ଓଡ଼ିଶା “ମୋ ପରିବାର” ଆନୁକୂଲ୍ୟରେ ଜିବନ ବିନ୍ଦୁ ମାଧ୍ୟମରେ ଆଜି ୧୧.୩୦ ମିନିଟ୍ ସମୟରେ ଦ୍ୱିତୀୟ ଦିନରେ ବ୍ରହ୍ମଗିରି ୨୯ ନମ୍ବର ଜୋନ୍ ବିଜୁ ଯୁବ ଓ ଛାତ୍ର ଜନତାଦଳ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଉପସ୍ଥିତ ରହି ସମସ୍ତ ରକ୍ତଦାନ କରିଥିବା ଯୁବ ଓ ଛାତ୍ର ମାନଙ୍କୁ ଉତ୍ସାହିତ କରିବା ସହିତ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁର ପ୍ରସାଦ ମହାନ୍ତି,ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ହରେକୃଷ୍ଣ ମଲ୍ଲିକ, ବ୍ଲକ୍ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ବ୍ରହ୍ମଗିରି ପଞ୍ଚାୟତ ସମିତିସଭ୍ୟ ଯୁଧିଷ୍ଠିର ନାୟକ,ପୁରୀ ଜିଲ୍ଲା ମୋ ପରିବାର ତଥା ଜିବନ ବିନ୍ଦୁ ସଂଯୋଜକ ସୁଭାସିସ ଖୁଣ୍ଟିଆ,ବ୍ରହ୍ମଗିରି ବିଜୁ ଯୁବ ଜନତା ଦଳର ସଦସ୍ୟ, ବିଜୟ କୁମାର ଦଳେଇ, ରାଜେଶ କୁମାର ଜେନା,ଛାତ୍ର ଜନତାଦଳ ସଦସ୍ୟ ସୁଶାନ୍ତ ନାୟକ,ଦୁଷ୍ମନ୍ତ କୁମାର ପ୍ରଧାନ, ବିସ୍ମୟ କୁମାର ମଙ୍ଗରାଜ ଉପସ୍ଥିତ ଥିଲେ ।