କୋରେଇ – କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ପଂଚାୟତ ଆଲଡ଼ା ଜଳେଶ୍ୱରପୁର ଗ୍ରାମରେ ଆଜି ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ଗ୍ରାମର ହରିହର ମାଝି (୫୨) ।
ଗତକାଲି ହରିହର ନିଜ କ୍ଷେତରେ କାମ କରୁଥିବା ବେଳେ ତାଙ୍କ ଗୋଡ଼କୁ ଏକ ସାପ କାମୁଡ଼ିବାର ଜାଣିବାକୁ ପାଇଥିଲେ । ପରେ ଘରକୁ ଫେରି ପରିବାର ଲୋକଙ୍କୁ ଏ ବାବଦରେ ଜଣାଇବା ପରେ ହଠାତ୍ ଅଧିକ ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ଲୋକ ହରିହରଙ୍କୁ କୋରେଇ ମେଡ଼ିକାଲରେ ଭର୍ତି କରିବା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ, ସେଠାରେ ଚିକତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆଜି ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ବିଷ୍ଣୁ ମୁଖାଗ୍ନି ଦେଇଥିଲେ । ମର ଶରିର ନିକଟରେ ୨ ଝିଅ, ଜ୍ୱାଇଁ, ପୁତ୍ରବଧୁଙ୍କ ସମେତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ଧନେଶ୍ୱର ପଂଚାୟତର ପୂର୍ବତନ ସରପଂଚ ରାଜେନ୍ଦ୍ର ରାଉତ ଓ ଯୁବନେତା ବିଜୟ କୁମାର ଘଡ଼ାଇ ପ୍ରମୂଖ ପହଁଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।