

Related Stories
June 29, 2025
ନୂଆଦିଲ୍ଲୀ, ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ମେ’ ମାସ ୨୭ତାରିଖରେ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ କେତେକ ସଂଶୋଧନ କରାଯାଇ ବ୍ୟାଟେରୀ ଚାଳିତ ଯାନର ପଞ୍ଜୀକରଣ ପ୍ରମାଣପତ୍ର (ଆର.ସି.) ନବୀକରଣ କ୍ଷେତ୍ରରେ କିଛି ସୁବିଧା ପ୍ରଦାନ ବ୍ୟବସ୍ଥା ରହିଛି ।ଏହି ଚିଠା ବିଜ୍ଞପ୍ତି ଅନୁସାରେ ବ୍ୟାଟେରୀ ଚାଳିତଯାନର ରେଜିଷ୍ଟ୍ରେସନ ସାର୍ଟିଫିକେଟ ନବୀକରଣ ସମୟରେ ଫି ଦେବାକୁ ପଡିବ ନାହିଁ । ଉଭୟ ନବୀକରଣ ଓ ନୂଆ ରେଜିଷ୍ଟ୍ରେସନ ମାର୍କ ପ୍ରଦାନ କ୍ଷେତ୍ରରେ ବ୍ୟାଟେରୀ ଚାଳିତ ଯାନ ଫି ମୁକ୍ତ ରହିବ । ଇ-ମୋବିଲିଟିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଏହି ଚିଠା ବିଜ୍ଞପ୍ତି ପ୍ରକାଶ ପାଇବାର ଏକ ମାସ ମଧ୍ୟରେ ସର୍ବସାଧାରଣ ଓ ସମ୍ପୃକ୍ତ ସମସ୍ତ ପକ୍ଷ ନିଜର ମତାମତ ଏବଂ ପ୍ରତିକ୍ରିୟା ଦାଖଲ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।