ସମ୍ପ୍ରତି ଶିଶୁମାନଙ୍କ ଠାରେ କୋଭିଡ଼ ୧୯ର ଲକ୍ଷଣ ଦେଖାଯାଉଥିବା ନଜରକୁ ଆସିବା ସମ୍ପର୍କରେ ସୂଚନା ଦେଇ ଡକ୍ଟର ପଲ୍ କହିଲେ ଯେ କୋଭିଡ଼ ସଂକ୍ରମିତ ଶିଶୁମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନର ଅଭାବ ପଡ଼ିବନାହିଁ । “ଶିଶୁମାନଙ୍କ ଠାରେ କୋଭିଡ଼ ୧୯ ପ୍ରାୟତଃ ଲକ୍ଷଣବିହୀନ ଏବଂ କ୍ୱଚିତ୍ କ୍ଷେତ୍ରରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥାଏ । କିନ୍ତୁ ଯେହେତୁ ଏହି ମହାମାରୀ ସମୟାନ୍ତରେ ତା’ର କାୟା ପରିବର୍ତ୍ତନ କରୁଛି କିମ୍ବା ଭୂତାଣର ସଂକ୍ରମଣ ଗତିବିଧିରେ ଯଦି ପରିବର୍ତ୍ତନ ଘଟେ ଓ ସେଭଳି ପରିସ୍ଥିତି ଉତ୍ପନ୍ନ ହୁଏ ଓ ଶିଶୁମାନଙ୍କ ଠାରେ ସଂକ୍ରମଣ ବଢ଼େ, ତେବେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇପାରିବ । ଏପର୍ଯ୍ୟନ୍ତ ଶିଶୁମାନଙ୍କ ଯତ୍ନ ନିମନ୍ତେ କୌଣସି ପ୍ରକାର ଅପ୍ରତିକର ଚାପ ସ୍ୱାସ୍ଥ୍ୟ ସଂସାଧନ ଉପରେ ପଡ଼ିନାହିଁ । ତେବେ, ଏହା ମଧ୍ୟ ସମ୍ଭବ ଯେ ୨% ରୁ ୩% ପର୍ଯ୍ୟନ୍ତ ସଂକ୍ରମିତ ଶିଶୁଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡ଼ିପାରେ ।”
ଶିଶୁ କୋଭିଡ଼ ୧୯ର ଦୁଇପ୍ରକାର କାୟା
ଡକ୍ଟର ପଲ୍ କହିଲେ ଯେ ଶିଶୁମାନଙ୍କ ଠାରେ ଦୁଇଟି ପ୍ରକାରର କୋଭିଡ଼ ୧୯ ଲକ୍ଷ୍ୟ କରାଯାଇପାରେ:
୧.ପ୍ରଥମ ଆକାରରେ, ସେମାନଙ୍କ ଠାରେ ସଂକ୍ରମଣର ଲକ୍ଷଣ ଭାବେ କାଶ, ଜ୍ୱର ଓ ନିମୋନିଆ ଦେଖାଦେଇପାରେ ଏବଂ ଏହା ପରେ କେତେକ କ୍ଷେତ୍ରରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିପାରେ ।୨.ଦ୍ୱିତୀୟ କ୍ଷେତ୍ରରେ, କୋଭିଡ଼ ସଂକ୍ରମିତ ହେବାର ୨– ୬ ସପ୍ତାହ ପରେ, ଯାହାକି ଅଧିକାଂଶ କ୍ଷେତ୍ରରେ ଲକ୍ଷଣବିହୀନ, ସେମାନଙ୍କ ଭିତରୁ ସ୍ୱଳ୍ପସଂଖ୍ୟକ ଶିଶୁଙ୍କ ଠାରେ କାଶ, ଜ୍ୱର , ଶରୀରରେ ଫଳିଯିବା ଓ କୁଣ୍ଡାଇହେବା ଓ ଆଖି ଫୁଲିବା କିମ୍ବା ଧରିବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା, ଡାଇରିଆ, ବାନ୍ତି ଓ ସେହିଭଳି ଆଉ କିଛି ଲକ୍ଷଣ ଦେଖାଦେଇପାରେ । ଏହା ନିମୋନିଆ ଭଳି ଫୁସଫୁସକୁ ଆକ୍ରାନ୍ତ କରିବାରେ ହିଁ ସୀମିତ ନରହି ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ମଧ୍ୟ ସଂକ୍ରମିତ କରିପାରେ । ଏହାକୁ ମଲ୍ଟି ସିଷ୍ଟମ୍ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ୍ ବୋଲି କୁହାଯାଏ । ଏହା ପ୍ରାୟତଃ କୋଭିଡ଼ ପରବର୍ତ୍ତୀ ଲକ୍ଷଣ । ଏହି ସମୟରେ ଭୂତାଣୁ ଶରୀରରେ ମିଳନ୍ତିନାହିଁ ଏବଂ ଆରଟି-ପିସିଆର ପରୀକ୍ଷାରେ ମଧ୍ୟ ଫଳାଫଳ ନେଗେଟିଭ୍ ଆସିତାଏ । କିନ୍ତୁ ଆଣ୍ଟିବଡ଼ି ପରୀକ୍ଷାରୁ ଜଣାପଡ଼େ ଯେ ଶିଶୁକୁ କୋଭିଡ଼ ସଂକ୍ରମଣ କରିଛି । ଏଥିପାଇଁ ଗାଇଡ଼ଲାଇନ୍ ପ୍ରସ୍ତୁତ କରାଯାଉଛି ଓ ସେଥିରେ ଏଭଳି ବିଶେଷ ରୋଗ ଦେଖା ଦେଉଥିବା ଶିଶୁମାନଙ୍କୁ କିଭଳି ଭାବେ ଚିକିତ୍ସା କରାଯିବ ସେଥିପାଇଁ ନିର୍ଦ୍ଦେଶାବଳୀ ରହିଛି ।ଏହାକୁ ଆପାତକାଳୀନ ସ୍ଥିତିରେ ଉପଯୋଗ କରାଯାଇପାରିବ । ଏହାର ଚିକିତ୍ସା ଯଦିଚ ଜଟିଳ ନୁହେଁ, ତଥାପି ଏହା ଉପଯୁକ୍ତ ସମୟରେ ହେବା ଆବଶ୍ୟକ ବୋଲି ଡକ୍ଟର ପଲ୍ କହିଛନ୍ତି ।