ପୁରୀ, ଶ୍ରୀମନ୍ଦିର ସମ୍ମୁଖ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ତିନି ରଥରେ ଲାଗିବାକୁ ଥିବା ମୋଟ୍ ୪୨ ଟି ଚକ ମଧ୍ୟରୁ ୧୮ଟି ଚକର ନିର୍ମାଣ କାର୍ଯ୍ୟ ସରିଲାଣି । ଆସନ୍ତା କାଲି ଭଉଁରୀରେ ତିନି ରଥର ଚକ ଡ଼େରା ନୀତି ସମ୍ପନ୍ନ ହେବ । ଭଉଁରୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସପି କନୱର ବିଶାଲ ସିଂହ ଏନେଇ ସୂଚନା ଦେଇ କହିଛନ୍ତି ଯେ, କୋଭିଡ଼୍ ମୁକାବିଲା କ୍ଷେତ୍ରରେ ପୂର୍ବରୁ ଜନସାଧାରଣ ଯେଭଳି ଭାବେ ପ୍ରଶାସନର ପ୍ରତ୍ୟେକ ନିଷ୍ପତିକୁ ମାନି ନେଇ ସହଯୋଗ କରି ଆସୁଛନ୍ତି, ଆଗକୁ ମଧ୍ୟ ସମସ୍ତଙ୍କର ସହଯୋଗ ରହିବ । ସେହିପରି ଦେବସ୍ନାନ ପୂର୍ଣ୍ଣିମା ପାଇଁ ମଧ୍ୟ ଗତକାଲି ସଂନ୍ଧ୍ୟାରେ ପ୍ରଥମ ପୋଲିସ ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ କିଏ କେଉଁ ଦାୟୀତ୍ୱ ନେବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତକାଲି ଭଉଁରୀ ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି ।