
ଭୁବନେଶ୍ୱର, ରାଜ୍ୟରେ କରୋନାର ପିକ ସମୟ ଅତିକ୍ରମ କରି ସାରିଛି । ଏବେ ସଂକ୍ରମଣ କମୁଛି । ଆଗକୁ ଆହୁରି କମିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ମାମଲା ଏବେ ଦିନକୁ ଦିନ କମିବାରେ ଲାଗିଛି । ସେ କହିଛନ୍ତି ଯେ ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ଅନ୍ୟ ରାଜ୍ୟ ତୁଳନାରେ ଆମର ମୃତ୍ୟୁସଂଖ୍ୟା କମ୍ ରହିଛି । । ସେହିଭଳି ଜୁନରେ ସଂକ୍ରମଣ ସଂଖ୍ୟା ଖସିବା ଆରମ୍ଭ ହୋଇଛି । ଆଗକୁ ଆହୁରି କମିବ ବୋଲି ଆଶା ରହିଛି ।