
କନ୍ଧମାଳ- ସ୍ଥାନୀୟ ପେଞ୍ଜିସାହି ଛକଠାରେ ଗୁମାଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବୋଲେରୋ ଗାଡିକୁ ଅଟକାଇ ସେହି ଗାଡିର ଡ୍ରାଇଭର ଶୁସାନ୍ତ କୁମାର ସାହୁଙ୍କୁ କିଛି ମଦ୍ୟପ ଯୁବକ ଉଜ୍ୱଳ ଦିବାଲୋକରେ ଗାଡି ଅଟକାଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାସହିତ ମାଡମାରିବା ନେଇ ଅଭିଯୋଗ ଫୁଲବାଣୀ ଆଦର୍ଶ ଥାନାରେ ହୋଇଛି । ଅଭିଯୋଗ ଅନୁଷାରେ ଶନିବାରଦିନ ଅପରାହ୍ନ ୪ଟା ବେଳେ ଶୁସାନ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ କିଛି କର୍ମଚାରୀ ମାନଙ୍କୁ ନେଇ ଫୁଲବାଣୀ ଆସି ଗୁମାଗଡକୁ ଫେରୁଥିବାବେଳେ ପେଞ୍ଜିସାହି ଛକଠାରେ ହଠାତ୍ ଗୋଟିଏ ବାଇକରେ ମାନଓ କୁମାର ପଣ୍ଡା ଏବଂ ବାବୁଲା ମୁଖି ନାମକ ଦୁଇଜଣ ଯୁବକ ଆସି ବୋଲେରୋକୁ ଅଟକାଇବାସହିତ ଶୁସାନ୍ତକୁ ଅସ୍ରାବ୍ୟ ଭାଷାରେ ଗାଳି ଦେଇବାସହିତ ମାଡମାରି ନିଜକୁ ପୋଲିସ କର୍ମଚାରୀ ବୋଲି କହବାସହିତ ତାଙ୍କର କେହି କିଛି କରିପାରିବେ ନାହିଁ ଏବଂ ସେଠାରେ ଡାକ୍ତରମାନଙ୍କ ଉପସ୍ଥିତିରେ ଶୁସାନ୍ତକୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ଶୁସାନ୍ତ ଫୁଲବାଣୀ ଆଦର୍ଶ ଥାନରେ ଏକ ଅଭିଯୋଗ କରିଥିବାପରେ ଫୁଲବାଣୀ ଆଦର୍ଶ ଥାନା ପୋଲିସ ଏକ ମାମଲା ୧୫୧/୧୯ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଏବଂ ବର୍ତମାନ ସୁଦ୍ଧା ଏହି ମାମଲାରେ କାହାକୁ ଗିରଫ କରିନଥିବା ଜଣାପଡିଛି । ଶୁସାନ୍ତ ଦେଇଥିବା ଅଭିଯୋଗରେ ସେହି ଦୁଇଜଣ ମଦ୍ୟପାନ କରି ବାଇକରେ ଆସି ଦିବାଲୋକରେ ଏହିଭଳି କାଣ୍ଡ କରିଥିବା ଉଲ୍ଲେଖ ରହିଛି । ତେବେ ଫୁଲବାଣୀ ଟାଉନ ଥାନାର ନିକଟରେ ଦୁଇଜଣ ମଦ୍ୟପ ଏହି ଭଳି ଗୁଣ୍ଡାଗିରି କରୁଥିବା ଏବଂ ସେଥିରୁ ଜଣେ ଫୁଲବାଣୀରେ ହୋମାର୍ଡ ଭାବେ କାର୍ଯ୍ୟରତ ଥିବାରୁ ଫୁଲବାଣୀ ଆଦର୍ଶଥାନା ପୋଲିସର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କିପରି କରାଯାଉଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।