
ନନ୍ଦିଘୋଷ ରଥର ଅନୁକୂଳ ନାହାକା ଅଖ ସମେତ ୩ ଗୋଟି ନାହାକା ଅଖର ଗୋଲେଇ କାର୍ଯ୍ୟ ଶେଷ ହୋଇ ,ଚତୁର୍ଥ ନାହାକା ଅଖର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଦେବଦଳନ ରଥର ଅନୁକୂଳ ନାହାକା ଅଖକୁ ମିଶାଇ ଦୁଇଗୋଟି ନାହାକା ଅଖ ଗୋଲେଇକାର୍ଯ୍ୟ ଶେଷ ହୋଇ ଗୋଟିଏ ପଡି-ନାହାକା ଅଖ ଗୋଲେଇ ପାଇଁ ଦୁଇପାର୍ଶ୍ୱ ଚଉପଟ ଚାଲିଛି ।ତାଳଧ୍ଵଜ ରଥର ଅନୁକୂଳ ମୁଖ୍ୟ ନାହାକା ଅଖର ଦୁଇପାର୍ଶ୍ୱ ଗୋଲେଇ କାର୍ଯ୍ୟ ଶେଷ ହୋଇ ଆଉ ଦୁଇଟି ପଡି ନାହାକା ଅଖ ଦୁଇପାର୍ଶ୍ୱ ଗୋଲେଇ ପାଇଁ ଚଉପଟ କାର୍ଯ୍ୟ ଚାଲିଛି ।ଏଥି ସହ ନନ୍ଦିଘୋଷ ରଥର ୬ ଟି ଚକ ଶେଷ ହୋଇଛି (୪ ଗୋଟି ନାହାକା ଚକ ଓ ୨ ଟି ପଡିନାହାକା )
ତାଳଧ୍ଵଜ ରଥର ବି ୬ ଟି ଚକ ସମ୍ପୂର୍ଣ୍ଣ ହୋଇଛି । (ନାହାକା ଚକ-୨ ପଡିନାହାକା ଚକ-୨,ବଡଉଛୁଳା-୨)ଦେବଦଳନ ରଥର ୫ ଟି ଚକ ଶେଷ ହୋଇଛି, ସେଥି ମଧ୍ୟରୁ ନାହାକା ଚକ-୨ ଟି, ପଡି ନାହାକା ଚକା-୨ ଟି ଏବଂ ଉଛଳା ଚକ-୧ ଟି ଏଥି ସହ ଆଜି ତିନି ରଥର ୧୯ ଜଣ ରୂପକାର ସେବକ ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରିବା ସହ,ଅନ୍ୟ ଗୁଜ ଗୁଡିକର ରୂପ ଖୋଦେଇ ପାଇଁ ଗୁଜରେ ରୂପ ଅଙ୍କନ ଚାଲିଛି |ଗୁଜରେ ସରି ଆସିଥିବା ରୂପ ଖୋଦେଇ ଅଂଶ ଗୁଡିକର ପଲିସ କାମ ଜାରୀରହିଛି ।ଦୋଳ ବେଦୀସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ତୁମ୍ବ ପାଇଁ ପଂଦାରୀ,ପଂଦାରୀଚାବି, ଏବଂ ତୁମ୍ବ ମାପ ପ୍ରକାରେ ବଳା ନିର୍ମାଣ ଶେଷ କରିଛନ୍ତି ।ତାଳଧ୍ଵଜ ରଥର ୬ ଗୋଟି ଚକା ଶେଷ ହୋଇଛି , ଯଥା- ୨ଟି ନାହାକା ଚକ, ୨ ଟି ପଡିନାହାକା ଚକ, ଏବଂ ୨ଟି ବଡ ଉଛଳା ଚକ ।ଏତତ୍ ବ୍ୟତୀତ ୧ ଟି ସାନ ଉଛଳା ଚକର ତୁମ୍ଵରେ ପଇ ଲାଗିବା ସହ,ତୁମ୍ଵରେ ଅଖବିନ୍ଧ ହୋଇ ତୁମ୍ବରେ ପଂଦାରୀ ଫିଟିଙ୍ଗ ପାଇଁ ପଂଦାରୀ ଗାଡ଼ ଖୋଦେଇ ଚାଲିଛି, ତୁମ୍ବର ଏକ ପାର୍ଶ୍ୱରେ ବଳା ଫିଟିଙ୍ଗ ସରିଅଛି,ଆଜି ସ ମିଲରୁ ବାକି ପଇ ଗୁଡିକ କଟିଙ୍ଗ ହୋଇ ଆସିଲା ପରେ କାଲି ଠାରୁ ପଇବିନ୍ଧ କାର୍ଯ୍ୟ ଆରମ୍ଭ ହେବ ।ଦେବଦଳନ ରଥର ୫ଟି ଚକ ଯଥା ୨ଟି ନାହାକା ଚକ, ୨ ଟି ପଡି- ନାହାକା ଚକ ଏବଂ ୧ ଟି ଉଛଳା ଚକ ଶେଷ ହୋଇ ଅନ୍ୟ ଉଛଳା ଚକର ଏକଟିର ତୁମ୍ଵରେ ସିଙ୍ଗଡ଼ା ଵାଡ଼ିଆ ସରିଛି |
ଆଜି ଅର କଟିଙ୍ଗ ହୋଇ ପଂଦାରୀ ଏବଂ ବଳା ଫିଟିଙ୍ଗ ହେବ ।ଏଥି ସହ ଦେବଦଳନ ରଥର ୨ ଟି ଧଉରା କାଠର ୧୨ ଫୁଟିଆ ଓରା ବିନ୍ଧ ଖୋଦେଇ ଶେଷ ପର୍ଯ୍ୟାୟରେ ଏହି ଓରା ରଥର ପ୍ରଥମ ଭୂଇଁ ଉପରେ ୪ ଗୋଟି ଓରା ଲାଗିଥାଏ ।ନନ୍ଦିଘୋଷ ରଥର ୪ ଟି ନାହାକା ଚକ, ୨ ଟି ପଡି ନାହାକା ଚକ, ମୋଟ ୬ ଗୋଟି ଚକ ଶେଷ ହୋଇ ଆଉ ଦୁଇଟି ତୁମ୍ଵରେ ଅର ଫିଟିଙ୍ଗ ସରି ସିଙ୍ଗଡ଼ା ଵାଡ଼ିଆ ଚାଲି ଅଛି, ପଇ ସ ମିଲରୁ ସନ୍ଧ୍ୟା ସୁଧା ରଥଖଳା ଠାରେ ପହଞ୍ଚିବ | କାଲିଠାରୁ ପଇ ବିନ୍ଧ କାମ ଆରମ୍ଭ ହୋଇ ଅନ୍ୟ ଚକ ଗୁଡିକର ନିର୍ମାଣ କାର୍ଯ୍ୟ ତୋରାନିତ୍ୱ ହେବ । ଏଥିସହ ବାକି ଥିବା ଦୁଇଟି ତୁମ୍ବର ଘେର କଟା ସମ୍ପୁର୍ଣ୍ଣ ହୋଇଅଛି |ଆଜି ସୁଦ୍ଧା ନନ୍ଦିଘୋଷ ରଥର ୧୨ ଟି କୁଡୁକା ମଧ୍ୟରୁ ୧୧ ସରି ଅଛି, ଆବଶ୍ୟକ ୧୧ ଟି ସାଲଗୁଜ କାମ ଶେଷ ହୋଇଛି, ୮ ଟି ତିଖ ଗୁଜରୁ ୨ ଟି ଶେଷ ହୋଇଛି, ଏବଂ ଆବଶ୍ୟକ ୯ଟି ଜଳଯନ୍ତ୍ର(ପାର୍ଶ୍ୱ ଦେବ ଦେବୀଙ୍କ ଆସ୍ଥାନ)ଶେଷ ହୋଇଛି ।
ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଅସବଶ୍ୟକ ପଂଦାରୀ, ଅରକଣ୍ଟା, ନିର୍ମାଣ ଶେଷ କରିବାସହ,ପ୍ରତ୍ୟେକ ରଥର ଚକ ନିର୍ମାଣ ବେଳେ ତୁମ୍ବ ଗୋଲେଇ ମାପ ପ୍ରକାରେ ବଳା ନିର୍ମାଣ କରି ଯୋଗାଉଛନ୍ତି| ଅଜସୁଧା ୪୨ଟି ବଳାନିର୍ମାଣ ସରିଛି, ଏଥିସହ ରଥର ଉପରି ଭାଗ କାର୍ଯ୍ୟ ପାଇଁ ଗୟଳକଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି ।