ଭଦ୍ରକ- ଭଦ୍ରକ ସହର ହେବ ସ୍ମାର୍ଟ ସିିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ବେଶ୍ ଉସôାହିତ ହୋଇ ଏହାକୁ ସ୍ବାଗତ କରିଥିଲେ। ଚାରିମାସ ତଳେ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରର ମହତାବ ଛକ ଠାରୁ ଡାହାଣୀଗଡିଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ର୍ବକୁ ଜବରଦଖଲ ମୁକ୍ତ କରାଯିବା ଲାଗି ନିଷ୍ପି ନିଆଯାଇଥିଲା। ଏବଂ ଗତ ଜୁଲାଇ ମାସରେ ମହତାବ ଛକ ଠାରୁ ଅପର୍ିବିନ୍ଧା ଟ୍ରାଫିକ୍ ଛକ ପର୍ଯ୍ୟନ୍ତ ଉଭୟ ପାଶ୍ର୍ବକୁ ଜେସିବି ଲଗାଇ ଜବରଦଖଲ ମୁକ୍ତ କରାଯାଇଥିଲା। ପରେ ଟ୍ରାଫିକ୍ ଛକ ଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାଶ୍ର୍ବରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ସ୍ମାର୍ଟ ସିଟିକୁ ବ୍ୟବସାୟମାନେ ସ୍ବାଗତ କରି ନିଜଆଡୁ ଦୋକାନ ଭାଙ୍ଗି ଉଠାଇ ନେଇଥିଲେ। ସବୁସ୍ତରରୁ ପ୍ରଶାସନକୁ ମିଳିଥିଲା ସହେଯାଗ। ଏବେ ଶତାଧିକ ଦୋକାନୀ ନିଜର ଜୀବିକା ହରାଇ ବସିଛନ୍ତି। ସହର ଭିିଭୂମିର ବିକାଶ େଯାଜନା ଧିମେଇ ଯାଇଥିବାରୁ ଏ ନେଇ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। କେହି କେହି ଏହାକୁ ସ୍ମାର୍ଟସିଟି ଭେଳିକି ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଉଚ୍ଛେଦ ଦୋକାନୀକୁ ଥଇଥାନ କରାଯିବା ପ୍ରତିଶ୍ରୁତି ପ୍ରଶାସନର କଥାରେ ସୀମିତ ରହିଛି। ଭୌଗୋଳିକ ଦୃଷ୍ଟିରୁ ଦେଖôଲେ ଭଦ୍ରକ ପୌରାଳ ସମେତ ଆଖପାଖ ଅଂଚଳ ଅନୁନ୍ନତ ଓ ଅବହେଳିତ। ସହର ମଧ୍ଯ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ପ୍ରଦୂଷିତ ହେବା ସହ କେତେକ ସ୍ଥାନରେ ପୋତି ହୋଇପଡିଛି। ସହରର ରାସ୍ତାଘାଟ ଓ ବସ୍ତି ଅଂଚଳର ଭିିଭୂମିର ବିକାଶ ବିନା ସ୍ମାର୍ଟ ସିଯି ପରିକଳ୍ପନା ଅଧୁରା ହୋଇ ରହିଯିବ। ପ୍ରଶାସନ ଭିିଭୂମି ସଜାଡିବା ଆରମ୍ଭ କରି କାହóକି େଯ ନୀରବି ଯାଇଛି, ତାହା ଜଣାପଡୁନାହó। ପ୍ରାଥମିକ ଅବସ୍ଥାରେ ରାଜନୈତିକ ସ୍ତରରେ େଯଭଳି ତପôରତା ପ୍ରକାଶ ପାଇଥିଲା, ତାହା ଆଉ ଦେଖôବାକୁ ମିଳୁନାହó। ଗତ ଚାରିମାସ ମଧ୍ଯରେ ରାସ୍ତାର ଗୋଟିଏ ପାଶ୍ର୍ବ ଡ୍ରେନ୍ ନିର୍ମାଣ (ମାତ୍ର ୧୦୦ ମିଟର) କାର୍ଯ୍ୟ ଏଯାଏ ସରିପାରିନାହó। ଉଚ୍ଛେଦ ହୋଇଥିବା ଜାଗାକୁ ଏବେ ଅନ୍ୟ ଉଠାଦୋକାନୀମାନେ ମାଡି ବସିଛନ୍ତି। ରାସ୍ତା ପାଶ୍ର୍ବ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନେଇ ପ୍ରଶାସନ ସମାଲୋଚନା ଘେରକୁ ଆସିଛି। ଟ୍ରାଫିକ୍ ଛକ ଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ଗୋଟିଏ ପାଶ୍ର୍ବ ଉଚ୍ଛେଦ କରାଯାଇ ଅନ୍ୟ ପାଶ୍ର୍ବକୁ ବାଦ୍ ଦିଆଯିବା ପଛରେ କଣ କାରଣ ରହିଛି, ତାହାର ଉର କାହାଠାରେ ମିଳୁନାହó। ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନର ପଛଘୁା ସହରକୁ ସ୍ମାର୍ଟସିଟି କରିବା ପରିକଳ୍ପନାରେ ବାଧକ ସାଜିଥିବା ବିଷୟ ସଚେତନ ନାଗରିକମାନେ କହୁଛନ୍ତି। ପୂର୍ବରୁ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ୍ ସମସ୍ୟା ସୁଧାରିବା ଲାଗି ନିଆଯାଇଥିବା ପଦକ୍ଷେପ ଫସର ଫାଟିଥିବାରୁ ଏବେକାର ସ୍ମାର୍ଟସିଟି ପରିକଳ୍ପନା ଅଧୁରା ରହିଯିବ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରିଛନ୍ତି।