-
ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ୨୩ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି
ନୂଆଦିଲ୍ଲୀ, ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ପ୍ରଦାନ କରୁଛନ୍ତି । ଏହାସହିତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ସିଧାସଳଖ ଟିକା ଖରିଦ କରିବାରେ ଭାରତ ସରକାର ସାହାଯ୍ୟ କରୁଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଭିନ୍ନ ଅଙ୍ଗ ।ମଇ ୧, ୨୦୨୧ରୁ କୋଭିଡ- ୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ଆରମ୍ଭ ହୋଇଛି ।ଏହି ରଣନୀତି ଅନୁଯାୟୀ ଭାରତ ସରକାର ପ୍ରତିମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦ ପ୍ରତିଶତ କିଣିବେ । ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜଗୁଡିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।ଉଭୟ ବିନା ମୂଲ୍ୟରେ ଓ ସିଧାସଳଖ ଖରିଦ କରି ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ୨୩ କୋଟିରୁ ଅଧିକ (୨୩,୧୧,୬୮,୪୮୦) ଟିକା ଡୋଜ ପ୍ରଦାନ କରିଛନ୍ତି ।ନଷ୍ଟ ହୋଇଥିବା ଡୋଜକୁ ମିଶାଇ ୨୧,୨୨,୩୮,୬୫୨ ଟିକା ଡୋଜ ବିନିଯୋଗ ହୋଇଛି । (ସକାଳ ୮ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ)ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକରେ ୧.୭୫ କୋଟିରୁ ଅଧିକ (୧,୭୫,୪୮,୬୪୮) ଟିକା ଡୋଜ ଉପଲବ୍ଧ ଅଛି ।ଏହାବ୍ୟତୀତ ଆଉ ୨.୭୩ ଲକ୍ଷରୁ ଅଧିକ (୨,୭୩,୯୭୦) ଟିକା ଡୋଜ ପ୍ରଦାନ ପାଇଁ ପ୍ରସ୍ତୁତି ଚାଲିଛି ଓ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ପ୍ରଦାନ କରାଯିବ ।