
କେନ୍ଦୁଝର, କେନ୍ଦୁଝର ସହରରେ ରହିଥିବା ସଦର ଏସଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଡ଼୍ରେନ୍ ଭିତରୁ ଆଜି ସକାଳେ ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ବିଶ୍ୱଭୂଷଣ ସେଠି । ତାଙ୍କ ଘର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର ଗ୍ରାମରେ । ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗତକାଲି ରାତିରୁ ତାଙ୍କ ମୃତଦେହ ଡ଼୍ରେନ ୍ ରେ ପଡିଥିବା ଅନୁମାନ କରାଯାଉଛି । ଥାନା କର୍ମଚାରୀଙ୍କ ସହାୟତାରେ ଏସଡ଼ିପିଓ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଟାଉନ୍ ଥାନା ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।