

Related Stories
May 9, 2025
କେନ୍ଦୁଝର, କରୋନା ମହାମାରୀ ଲୋକଙ୍କର ଅଂଟା ଭାଙ୍ଗି ଦେବାସହ ଶ୍ରମଜିବୀଙ୍କ ପାଇିଁ ପରିବାର ପ୍ରତିପୋଷଣ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ବିଭିନ୍ନ ବର୍ଗର ଲୋକମାନେ ହନ୍ତସନ୍ତ ହେଉଛନ୍ତି । ସବୁ ଚିନ୍ତା ଠାରୁ ପେଟ ଚିନ୍ତା ଏବେ ବଢି ଯାଇଛି । ଏହି ସମୟରେ ଲୋକଙ୍କ ପାଇିଁ କର୍ମ ସଂସ୍ଥାନ ର ଆବଶ୍ୟକତା ସବୁଠାରୁ ଅଧିକ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ଜିଲ୍ଲାର ଅନେକ ଅଂଚଳରେ ଏହାର ବ୍ୟବସ୍ଥା କରାଯାଉଛି । ଏବଂ ଏହି କ୍ରମରେ ଶ୍ରମଜିବୀ ମାନଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକର ଗ୍ରାମାଚଂଳରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଅଧିନରେ ଚାଲିଛି କାମ । କିନ୍ତୁ ଏହି କାମରେ ବ୍ୟାପକ ଅନିୟମିତତା ଦେଖାଦେଇଛି ଫଳରେ ଯୋଜନାଟି ତାର ମୂଳ ଲକ୍ଷ୍ୟରୁ ଦୂରେଇ ଯାଉଛି । ଅନୁରୁପ ଅଭିଯୋଗମାନ ସ୍ଥାନୀୟ ଅଧିବାସୀମାନେ କରିଛନ୍ତି । ଗ୍ରାମାଚଂଳରେ ଏନଆରଇଜିଏସ କାମରେ ମେଟଂ ମାନଙ୍କ ସହିତ କିଛି ଗ୍ରାମାଚଂଳ ଠିକାଦାର ମାଲେମାଲ ହେଉଥିବା ବେଳେ ବିଚେରା ଶ୍ରମଜୀବୀଟି ପାଇିଁ କେବଳ ମୁଣ୍ଡରେ ହାତ ବାଡେଇବା ସାର ହେଉଛି । ଏବଂ ଏପଟେ ବ୍ଲକ ପ୍ରଶାସନ ମଧ୍ୟ ଯାହାବି କାମ ହେଉ , ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇଗଲେ ସବୁ ହୋଇଗଲା ନ୍ୟାୟରେ କାମ ଚଳାଇ ରଖିଛି । ମେସିନରେ କାମ କରାଯାଉଥିବା ବେଳେ ମେଟଂ ଓ ତଥା କଥିତ ଠିକାଦାର ମାନେ କିଛି ଜବକାର୍ଡଧରୀଙ୍କ କାର୍ଡ ବନ୍ଧକ ରଖି, ସେମାନଙ୍କ ନାମରେ ମଷ୍ଟରରୋଲ ତିଆରି କରି, ସେମାନଙ୍କୁ ନାମକୁ ମାତ୍ର କିଛି ମଜୁରୀ ଦେଇ ସିହଂଭାଗ ଚଳୁ କରୁଛନ୍ତି । ଏବଂ ଅନୁରୁପ ଭାବେ ବ୍ୟାଙ୍କରୁ ମଧ୍ୟ ଉଠାଯାଉଛି ଟଙ୍କା । ଏବେ ଗ୍ରାମାଚଂଳର ଶହ ଶହ ଜବକାର୍ଡଧାରୀ ହାତ ବାନ୍ଧି ବସି ରହିଛନ୍ତି । ଅଭିଯୋଗ କଲେ ସେପଟେ ନାମକୁ ମାତ୍ର ମଜୁରୀ ହେଲେବେ ବିନା ପରିଶ୍ରମରେ ଜବକାର୍ଡକୁ ବନ୍ଧା ଦେଇ ଅର୍ଥ ରୋଜଗାର କରୁଥିବା ଜବକାର୍ଡଧାରୀ ଏବଂ ଏହି ତଥା କଥିତ ଠିକାଦାରଙ୍କ ଆକ୍ରଶର ଶିକାର ହେଉଛନ୍ତି ଅଭିଯୋଗକାରୀ । ଝୁମ୍ପୁରା ବ୍ଲକରେ ନିଶ୍ଚିନ୍ତପୁର ଗ୍ରାମ ପଚାଂୟତ ପରେ ଏବେ ଟୁକୁଡିହା ଗ୍ରାମ ପଚାଂୟତରେ ଏନଆରଇଜିଏସ କାମରେ ଅନୁରୁପ ଅନିୟମିତତା ହେବା ଅଭିଯୋଗ ହୋଇଛି । ଟୁକୁଡିହା ପଚାଂୟତର କଟୁପଶି ଗ୍ରାମ ବରାବନ୍ଧ ଉନ୍ନତି କରଣ ପାଇଁ ୨୦୨୦-୨୧ଆର୍ଥିକ ବର୍ଷରେ ୮ଲକ୍ଷ ୩୫ ହଜାର ଟଙ୍କାରୁ ଉର୍ଦ୍ଧ ବ୍ୟୟ ଅଟକଳ ରହିଥିବା ବେଳେ ଏହି ଉନ୍ନତି କରଣ କାମକୁ ମାତ୍ର ହାତଗଣତି କେତେଜଣ ଜବକାର୍ଡଧାରୀଙ୍କୁ ଛାଡିଦେଲେ, ସମ୍ପୁର୍ଣ୍ଣ ଭାବେ ପ୍ରୋକଲିନ ମେସିନ ଲଗାଯାଇ କାମ କରି ନିଆଯାଉଛି । କଟୁପଶି ଗ୍ରାମ ସମେତ ପାଖ ଗ୍ରାମର ଶହ ଶହ ଜବକାର୍ଡଧାରୀ କାମ ନ ପାଇ ଅସନ୍ତୁଷ୍ଟତା ପ୍ରକାଶ କରିବା ସହିତ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବନ୍ଧ ପାଖରେ ଲାଗିଥିବା ସୂଚନା ଫଳକରେ ମଧ୍ୟ ଅସମ୍ପୂର୍ଣ୍ଣ ଲେଖା ରହିଥିବା ବେଳେ, ବନ୍ଧ ମାଟି ସବୁ ଏଣେତେଣେ ପକାଯାଇଥିବା ଦେଖା ଯାଇଛି । ‘ୟାସ’ ବାତ୍ୟା ଯୋଗୁଁ ବନ୍ଧରେ ପାଣି ଭରି ରହିଛି । ଗ୍ରାମବାସୀ ଓ ଜବକାର୍ଡଧାରୀଙ୍କ ଅଭିଯୋଗ ଉପରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପୁରୁଷୋତମ ହେମ୍ବ୍ରମଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଦେଇ ଫୋନ କାଟି ଦେଇଥିଲେ । ଅନ୍ୟପଟେ ଝୁମ୍ପୁରା ବ୍ଲକ ଏପିଓ ପୂର୍ଣ୍ଣଚନ୍ଦ୍ର ନାୟକ ତଦନ୍ତ ପୂର୍ବକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏବେ ବାସ୍ତବରେ କେବେ ତଦନ୍ତ ହେଉଛି ଓ ପଦକ୍ଷେପ ନିଆଯାଉଛି କିମ୍ବା ଭିତରେ ଭିତରେ ରଫାଦଫା କରି ସବୁଠିକ ଅଛି କୁହାଯାଉଅଛି ତାହା ହିଁ କେବଳ ଦେଖିବାକୁ ବାକି ରହିଲା ।