
କରୋନା ମହାମାରୀରେ ସାରା ବିଶ୍ବରେ ଏବଂ ଭାରତବର୍ଷରେ ଯେତିକି ଲୋକ ମୃତ୍ୟୁବରଣ କରୁଛନ୍ତି ତାଠାରୁ ବହୁତ ଅଧିକ ଲୋକ କ୍ୟାନସରରେ ପୀଡିତ ହୋଇ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ମୁଖଗ୍ବହର କର୍କଟ, ଯକୃତ କର୍କଟ, ଫୁସଫୁସ କର୍କଟରେ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ଆଜି ବିଶ୍ବ ତମାଖୁ ବିର୍ଜନ ଦିବସ ଅବସରରେ ମିଶନ ଓଡିଶା ତରଫରୁ ଆୟୋଜନ କରାଯାଇଥିବା ଶପଥଗ୍ରହଣ ଉତ୍ସବରେ ଆଲୋଚ୍ୟର ବିଷୟ ହୋଇଛି। ଆଜି ସାମାଜିକ ଦୂରତା ରକ୍ଷା କରି ପୁରୀ ବେଳାଭୂମିରେ ପୁରୀସହରରେ ଅନେକ ବୁଦ୍ଧିଜୀବୀ ଏକତ୍ରିତ ହୋଇ ମିଳିତ ଭାବେ ପୁରା ଓଡିଶାରୁ ତମାଖୁର ମୂଳଉତ୍ପାଟନ ପାଇଁ ପ୍ରୟାଶ ଉପରେ ଗୁରୁତ୍ୱ ଦିଆଯାଇଛି। ବିଗତ ୮ବର୍ଷ ଧରି ସାରା ଓଡିଶା ଓ ଭାରତବର୍ଷରେ ମିଶନ ଓଡ଼ିଶାର ସ୍ବେଚ୍ଛାସେବୀ ମଟର ସାଇକେଲରେ ବୁଲି ବୁଲି ତମାଖୁବର୍ଜନ ର ସଚେତନତା ବାର୍ତ୍ତା ବାଣ୍ଟିଚାଲିଥିଲେ କିନ୍ତୁ ଆଜି ସମସ୍ତ ସ୍ବେଚ୍ଛାସେବୀ ଏବଂ ବୁଦ୍ଧିଜୀବୀ ଶପଥ ନେଇଛନ୍ତି |ତମାଖୁ ଯେଉଁ ଯାଗାରେ ଉତ୍ପାଦନ କରାଯାଉଛି ସେହି ସ୍ଥାନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ କି ତମାଖୁର ଉତ୍ପାଦନ କେନ୍ଦ୍ରକୁ ବନ୍ଦ କରାଯାଉ ଯଦି ଏହା ସତ୍ତ୍ବେ ତମାଖୁ ଉତ୍ପାଦନ କରାଯିବ ତାହା ହେଲେ ସେହି ସ୍ଥାନରେ ସ୍ବେଚ୍ଛାସେବୀ ମାନେ ଧାରଣା ଦେବେ ବୋଲି ଶପଥ ନେବାସହ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଙ୍କୁ ମିଶନ ଓଡିଶାର ସ୍ବେଚ୍ଛାସେବୀ ମାନେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ୨୦୧୩ ମସିହାରେ ଓଡିଶା ସରକାର ଗୁଟାଖୁ ବ୍ୟାନ କରିଛନ୍ତି କିନ୍ତୁ ଗୁଟଖା ସାରା ଓଡିଶାରେ ବିଭିନ୍ନ ସ୍ଥାନରେ ଉତ୍ପାଦନ ଏବଂ ବିକ୍ରି କରାଯାଉଛି। ମିଶନ ଓଡିଶା ସାରା ଓଡିଶାରେ ବିଭିନ୍ନ ସ୍କୁଲ କଲେଜ ଏବଂ ରୋଡ ସୋ ମାଧ୍ୟମରେ ସଚେତନତା କରୁଥିଲା ତଥାପି ଗୁଟଖା ବିକ୍ରି କମୁନାହିଁ ତେଣୁ ଏବେ ଏହି ଚରମ ପଦକ୍ଷେପ ନିଆଯିବାପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ସାମାଜିକ ଦୂରତା ରକ୍ଷାକରି ପ୍ଳାକାର୍ଡ ଧରି ସ୍ବେଚ୍ଛାସେବୀ ମାନେ ଠିଆ ହୋଇ ତମାଖୁ ଏବଂ ଗୁଟଖା କିଭଳି ପ୍ରଭାବ ବିସ୍ତାର କରିଛି ଏବଂ ତମାଖୁ ଯୋଗୁଁ ମୃତ୍ୟୁବରଣ ହେଉଛି ବୋଲି ଆଲୋଚନା କରାଯାଇଥିଲା। ଏହି ଅବସରରେ ମିଶନ ଓଡିଶାର ସମ୍ପାଦକ ମଧୁସୂଦନ ମିଶ୍ର, ବଦ୍ରି ମିଶ୍ର, ଚକ୍ରଧର ମହାପାତ୍ର, ରାଜ କିଶୋର ପାତ୍ର, ରବି ନାରାୟଣ ସାହୁ, ଅଭିମନ୍ୟୁ ଭୂୟାଁ, ଜୟନ୍ତୀ ମହାପାତ୍ର, ରଶ୍ମିରଞ୍ଜନ ଦାଶ, ଗୋବିନ୍ଦ ପାତ୍ର, ଶ୍ୟାମ ପ୍ରକାଶ ସେନାପତି, ଶିବ ନାରାୟଣ ସେନାପତି, ସାଗରିକା ରଥ, ଅଜୟ ପ୍ରଧାନ, ଦୀପକ ପାତ୍ର, ସୌମ୍ୟରଞ୍ଜନ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।