ଭଉଁରୀ ତିଥିରେ ଚକା ଡେରା ନୀତି ପାଇଁ ଆବଶ୍ୟକ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ରଥଖଳା ଚଳ-ଚଞ୍ଚଳ ହୋଇ ଉଠିଛି |ସେଥି ପାଇଁ କାଲି ଠାରୁ ଯୋଗାଇ ଦିଆଯାଇଥିବା ୨ଟି ଲେଖାଁଏ ଅଖ କାଠ କୁ ଆଜି ଅନୁକୂଳ ପୂଜା ପୂର୍ବକ ଗୋଟିଏ ଲେଖାଏଁ ଅଖର ‘ଅଖ ଗୋଳେଇ’ କାମ ତିନି ରଥର ମହାରଣା ମାନେ ଅଖର ଉଭୟ ପାର୍ଶ୍ଵ ବାରିସୀରେ ଚଉପଟ କାର୍ଯ୍ୟ ସାରିଛନ୍ତି |ତାହାର ଗୋଲାକାର ଆକୃତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି |ଏଥି ସହ ତିନି ରଥର ୧ନମ୍ବର ଚକ ବା ମୁଖ୍ୟ ନାହାକା ଚକା ମାନ ପ୍ରସ୍ତୁତ ସରି ୨ନମ୍ବର ‘ପଡିନାହାକା’ ଚକ ଦୁଇଟି ଲେଖାଁଏ ଶେଷ ହୋଇ,ତୃତୀୟ ନମ୍ବର ଚକା, ପଡିନାହାକାଚକା ନିକଟ ‘ସାନଉଛଳା’ ଚକ ନିର୍ମାଣ କାର୍ଯ୍ୟ ୭୦ ଭାଗ ଶେଷ ହୋଇଛି ।କରତି ସେବକ ମାନେ ଆଜି ତିନି ରଥର ଦୁଇଟି ଲେଖାଁଏ ତୁମ୍ବର ଘେର କାଟି ଯୋଗାଇ ଅଛନ୍ତି |ଏଥିସହ ୩ ରଥର ଆବଶ୍ୟକ ପରିମାଣ ସାଲଗୁଜ,ତିଖାଗୁଜ,ଜଳଯନ୍ତ୍ର ଚଉପଟ କାର୍ଯ୍ୟ ସାରିଥିଲେହେଁ, ରୂପକାର ସେବକ ମାନେ ୬ଟି ଲେଖାଁଏ ୧୮ ଗୋଟି ସାଲଗୁଜରେ ସିଂହବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି ।
ତାଳଧ୍ଵଜ ରଥର ଅନୁକୂଳ ମୁଖ୍ୟ ନାହାକା ଚକ ୨ଟି ଶେଷ ପରେ, ତା ନିକଟ ପଡି ନାହାକା ଚକ ଦୁଇଟି ମଧ୍ୟ ଶେଷ ହୋଇଛି |ପଡିନାହାକାର ନିକଟତମ ଉଛଳା ଚକ ୨ଟିରୁ ଗୋଟି କର ପଇ ଲାଗିଅଛି| ପଇ କଳସା ପାଇଁ ମାଈ ପଇ ଅଣ୍ଡିରା ପଇ ସଂଯୋଗ ଖାପ ମାପ ଚିହ୍ନ ପଡିଛି |
ଖୋଦେଇ ପରେ ପଇ ସଂଯୋଗ ପାଇଁ ବିଲେଇ ବାଡ଼ିଆଯାଇ ସମ୍ପୂର୍ଣ୍ଣ ହେବ |ଆଉ ଗୋଟିଏ ତୁମ୍ଵରେ ଅଖ ବିନ୍ଧ ହୋଇ ଅର ଲାଗି ପରେ ତୁମ୍ଵରେ ପଂଦାରୀ, ବଳା ଫିଟିଙ୍ଗ ହୋଇଛି |ପଇ ବିନ୍ଧ କାର୍ଯ୍ୟ ଚାଲିଛି ତାଳଧ୍ୱଜ ରଥର ୫ଟି ଚକ ସମ୍ପୁର୍ଣ୍ଣ ହେବାର ଆଶା ରହିଛି ।ତାଳଧ୍ଵଜ ରଥର ୬ଟି ସାଲ ଗୁଜ ରେ ରୂପକାର ସେବକ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି | ଏଥିସହ ବଡ ରଥର ଅଖ ଗୋଳେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଦେବଦଳନ ରଥର ଦୁଇଟି ମୁଖ୍ୟ ନାହାକା ଚକ ଶେଷ ହୋଇଛି।ନାହାକା ପାଖ ଦୁଇଟି ପଡିନାହାକା ଚକ ଶେଷ ହୋଇ,ଆଉ ଦୁଇଟି ଉଛଳା ଚକ ର କାମ ଚାଲୁଛି |ବଳା ,ପଂଦାରୀ ଲାଗି ହୋଇଛି |ଅର କଟିଙ୍ଗ ହୋଇ ସାଲ ସରିଛି ପାଇଲାଗି ହେବ |ଅନ୍ୟଚକଟିର ଅର କଟିଙ୍ଗ ହୋଇ ଅର ସାଲ ହେବ |ଆଜି ରାତିରେ କଟକ ସ ମିଲରୁ କଟିଙ୍ଗ ଅର ଆସିଲାପରେ ଅନ୍ୟ ଚକ ପାଇଁ ଅର ବିନ୍ଧ କାର୍ଯ୍ୟ ଆରମ୍ଭ ହେବ । ଦେବୀ ରଥ ପାଇଁ ୬ଟି ସାଲ ଗୁଜ ରେ ରୂପକାର ମାନେ ରୂପ ଖୋଦେଇ କାର୍ଯ୍ୟ ଜାରୀରଖିଛନ୍ତି |ଆଜି ଆରମ୍ଭ ହୋଇଥିବା ଅଖ ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ |ନନ୍ଦିଘୋଷ ରଥ ୧୬ ଚକ ବିଶିଷ୍ଟ ହୋଇଥିବାରୁ ୪ଟି ମୁଖ୍ୟ ନାହାକା ଚକ ସମ୍ପୁର୍ଣ୍ଣ ହୋଇଛି |ଏହାର ନିକଟବର୍ତ୍ତୀ ପଡିନାହାକା ର ୪ଟି ଚକ ମଧ୍ୟରୁ ୨ ଟି ଚକରୁ ଗୋଟିକର ତୁମ୍ଵରେ ଅର, ପଇ ଲାଗି ହୋଇ ପଇ କଳସା ବା ପଇ ଜଏଂଟ କାପ ଖୋଦେଇ ସରିଛି |ଅନ୍ୟ ଚକଟିର ପଇ କଳସା ସରି ବିଲେଇ ଵାଡ଼ିଆ କାମ ପରେ ନନ୍ଦିଘୋଷ ରଥର ୬ଗୋଟି ଚକ ସମ୍ପୁର୍ଣ୍ଣ ହେବ । ଏଥିସହ ନନ୍ଦିଘୋଷ ରଥର ୬ଗୋଟି ସାଲ ଗୁଜର ରୂପକାର ଙ୍କ ଦ୍ୱାରା ରୁପ ଖୋଦେଇ ଜାରୀ ରହିଛି ।ଆଜି ଅନୁକୂଳ ହୋଇଥିବା ଅଖ ର ଗୋଳେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।କମାର ଶାଳରେ ପ୍ରତ୍ୟେକ ରଥ ପାଇଁ ଓଝା ସେବକ ମାନେ ୨ହଳ ଲେଖାଁଏ ପଂଦାରୀ ,ଏବଂ ବଳା ଯୋଗାଇବା ସହ ,ଆବଶ୍ୟଜ ପରିମାଣ ପଂଦାରୀ,ଏବଂ ବଳା ନିର୍ମାଣରେ ଲାଗିଛନ୍ତି।