
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କୋରନା ମହାମାରୀ ସମୟରେ ରକ୍ତଜନିତ ଅଭାବ ଦୂର କରିବା ପାଇଁ ଆଜି ବ୍ରହ୍ମଗିରି ବିଜୁ ଯୁବ ଓ ଛାତ୍ର ଜନତାଦଳ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସମସ୍ତ ରକ୍ତଦାନ କରିଥିବା ଯୁବ ଓ ଛାତ୍ର ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।