
ଗଞ୍ଜାମ, ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଧର୍ମ ପରାୟଣ ବ୍ୟକ୍ତିତ୍ୱ ତ୍ରିନାଥ ପଲାଇଙ୍କ ରବିବାର ପୂର୍ବାହ୍ନରେ ବିୟୋଗ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଆଜି ସକାଳେ ତାଙ୍କର ବୋରିଗାଁ ସ୍ଥିତ ବାସଭବନରେ ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ପର୍ଶୁରାମ, ସାନ ପୁଅ ତଥା ଯୁବ ବିଜେଡି ନେତା କୃଷ୍ଣଚନ୍ଦ୍ର ପଲାଇ, ପତ୍ନୀ, ଦୁଇ ବୋହୁ, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ । ବୋରିଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ସେ ଜଣେ ମେଳାପୀ, ପରୋପକାରୀ, ଧର୍ମପରାୟଣ ଓ ସ୍ୱଷ୍ଟବାଦୀ ପ୍ରକୃତିର ବ୍ୟକ୍ତିତ୍ୱ ଥିଲେ ।