ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ସହରର କେନ୍ଦ୍ରସ୍ଥଳ ଖମ୍ବେଶ୍ୱରୀ ପାଟଣା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ନିକଟରେ ଚାଲିଥିବା ଜୁଆ ଖେଳ ଉପରେ ରବିବାର ଦିନ ଆସିକା ପୋଲିସ ଚଢ଼ଉ କରିଛି । ଅତର୍କିତ ଏହି ଚଢଉରେ ସେଠାରେ ଜୁଆ ଖେଳୁଥିବା ୧୧ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ ଲକ୍ଷ ୧୦ ହଜାର ପାଞ୍ଚଶହ ଟଙ୍କା, ୧୧ ଟି ମୋବାଇଲ ଓ ୪ ଟି ବାଇକ୍ ସହ ଅନ୍ୟାନ୍ୟ ଜୁଆ ଖେଳ ସରଞ୍ଜାମକୁ ପୋଲିସ ଜବତ କରିଛି । ଏ ସମ୍ପର୍କରେ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି । କରୋନା କଟକଣା ସହ ସାପ୍ତାହିକ ସଟ ଡାଉନ୍ କଟକଣା ରହିଥିବା ବେଳେ ସହରର କେନ୍ଦ୍ରସ୍ଥଳରେ ଜୁଆ ଖେଳ ଚାଲିବା ଓ ଲକ୍ଷାଧିକ ଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।