ନୂଆଦିଲ୍ଲୀ, ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ହ୍ରାସ ପାଇ ଚାଲିଛି । ସକ୍ରିୟ କରୋନା ମାମଲା ପୁଣି ହ୍ରାସ ପାଇ ଆଜି ୨୧,୧୪,୫୦୮ ରହିଛି ।ଗତ ୨୪ ଘଂଟା ମଧ୍ୟରେ ସକ୍ର୍ରିୟ ମାମଲାରେ ୧,୧୪,୨୧୬ ହ୍ରାସ ପାଇଛି ଏବଂ ଏହା ଦେଶର ମୋଟ ପଜିଟିଭ୍ ମାମଲାର ୭.୫୮% ।କ୍ରମାଗତ ୧୭ ଦିନ ଧରି ଭାରତରେ ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୭୬,୩୦୯ ଜଣ ସୁସ୍ଥ ହୋଇଛନ୍ତି ।ଦୈନିକ ନୂଆ ସଂକ୍ରମଣ ତୁଳନାରେ ଗତ ୨୪ ଘଂଟା ମଧ୍ୟରେ ୧,୧୦,୭୫୬ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ ୨୦,୬୩,୮୩୯ ଟେଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ଦେଶରେ ମୋଟ ୩୪.୩୧ କୋଟି ଟେଷ୍ଟ କରାଯାଇଛି ।ଏକ ପକ୍ଷରେ ଦେଶରେ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହକି ପଜିଟିଭିଟି ହାର ୯.୩୬% ଥିବା ବେଳେ ଆଜି ଦୈନିକ ପଜିଟିଭିଟି ହାର ରହିଛି ୮.୦୨% । କ୍ରମାଗତ ଷଷ୍ଠ ଦିନ ପାଇଁ ଦୈନିକ ପଜିଟିଭିଟି ହାର ୧୦%ରୁ କମ୍ ରହିଛି ।