୧୦୭୫ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ହେଲ୍ପଲାଇନ ନଂ
୧୦୯୮ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଶିଶୁ ହେଲ୍ପଲାଇନ ନମ୍ବର
୧୪୫୬୭ ବରିଷ୍ଠ ନାଗରିକମାନଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ହେଲ୍ପଲାଇନ
(ଏନସିଟି ଦିଲ୍ଲୀ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ)
୦୮୦୪୬୧୧୦୦୦୭ ମନୋବିଜ୍ଞାନ ପରାମର୍ଶ ପାଇଁ ଏନଆଇଏମଏଚଏଏନଏସର ହେଲ୍ପଲାଇନ ନମ୍ବର
ନାଗରିକମାନଙ୍କର ଲାଭ ପାଇଁ ଭାରତ ସରକାରଙ୍କ ଦ୍ୱାରା ଏସବୁ ହେଲ୍ପଲାଇନ ନମ୍ବର ସୃଷ୍ଟି କରାଯାଇଛି ଓ ପ୍ରଚାର କରାଯାଉଛି ।
ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବିଗତ କିଛି ମାସ ଧରି, ସରକାରଙ୍କ ପକ୍ଷରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ-କୋଭିଡ ଚିକିତ୍ସା ପ୍ରୋଟୋକଲ, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ମୂଦ୍ରିତ, ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମ ଆଦି ଗଣମାଧ୍ୟମ ମଂଚ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି ।
ଉପରୋକ୍ତ ତିନୋଟି ପ୍ରସଙ୍ଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସୂଚୀତ କରିବା କ୍ଷେତ୍ରରେ ସରକାରଙ୍କ ପ୍ରୟାସରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ମାର୍ଗଦର୍ଶିକାରେ ସେମାନଙ୍କୁ ପ୍ରଶଂସା କରାଯାଇଛି । ଏହି ଉଦ୍ଦେଶ୍ୟ ଲାଗି ଆହୁରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଚାରିଟି ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର ସମ୍ପର୍କରେ ପ୍ରଚାର ଓ ସଚେତନତା କରିବା ଲାଗି ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି ।