-
୨୦୨୧ ମେ ମାସରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ୭,୯୪,୦୫,୨୦୦ ଡୋଜ ଉପଲବ୍ଧ ରହିଥିଲା
-
୨୦୨୧ର ସମଗ୍ର ଜୁନ ମାସ ପାଇଁ ଟିକାର ଅଗ୍ରିମ ଦୃଶ୍ୟତା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ପ୍ରଦାନ କରାଯାଇଛି
୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି, ଯାହାଦ୍ୱାରା ଉପଲବ୍ଧ ଟିକାର ୫୦% ଭାରତ ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକ ପାଇଁ ମାଗଣାରେ ଉପଲବ୍ଧ କରାଯିବ ଏବଂ ବଳକା ୫୦% ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଏବଂ ଘରୋଇ ଡାକ୍ତରଖାନା ଦ୍ୱାରା ଟିକା ଉତ୍ପାଦନକାରୀ କମ୍ପାନିଙ୍କଠାରୁ ସିଧାସଳଖ ଭାବେ ହାସଲ ନିମନ୍ତେ ଉପଲବ୍ଧ ।
ଭାରତ ସରକାରଙ୍କ ତରଫରୁ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଯୋଗାଣର ଆବଂଟନ ପ୍ରକ୍ର୍ରିୟା ବାବଦ ନିଷ୍ପତ୍ତି ଟିକାର ବ୍ୟବହାର ପ୍ରଣାଳୀ, ଲୋକସଂଖ୍ୟା ଏବଂ ଟିକା ଅପଚୟ ମାତ୍ରାକୁ ଆଧାର କରି ନିଆଯିବ । ୨୦୨୧ର ସମଗ୍ର ଜୁନ ମାସ ପାଇଁ ଟିକା ଉପଲବ୍ଧତାର ଦୃଶ୍ୟତା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଅଗ୍ରିମ ଭାବେ ପ୍ରଦାନ କରାଯାଇଛି ଓ ୨୦୨୧ ମେ ୧୭, ୨୦୨୧ ମେ ୨୭ ଓ ୨୦୨୧ ମେ ୨୯ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଅବଗତ କରାଯାଇଛି ।
୨୦୨୧ ଜୁନ ମାସ ନିମନ୍ତେ ୬.୦୯ କୋଟି (୬,୦୯,୬୦,୦୦୦) କୋଭିଡ ଟିକା ଡୋଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଯୋଗାଇ ଦିଆଯିବ, ଯାହା ଭାରତ ସରକାରଙ୍କ ପକ୍ଷରୁ ମାଗଣା ଯୋଗାଣ ଆଧାରରେ ସ୍ୱାସ୍ଥ୍ୟ କର୍ମୀ (ଏଚସିଡବ୍ଲ୍ୟୁ), ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲ୍ୟୁ) ଏବଂ ୪୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତି ଭଳି ପ୍ରାଥମିକ ଗୋଷ୍ଠୀଙ୍କ ଟକାକରଣ ନିମନ୍ତେ ଉଦ୍ଦିଷ୍ଟ ରହିବ । ଏଥିସହିତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ନିମନ୍ତେ ୫.୮୬ କୋଟିରୁ ଅଧିକ (୫,୮୬,୧୦,୦୦୦) ଡୋଜ ଉପଲବ୍ଧ କରାଯିବ । ଏହିଭଳି ଭାବେ, ୨୦୨୧ ଜୁନରେ ପାଖାପାଖି ୧୨ କୋଟି (୧୧,୯୫,୭୦,୦୦୦) ଡୋଜ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଉପଲବ୍ଧ ହେବ ।
ଏହି ଆବଂଟନର ଯୋଗାଣ କାର୍ଯ୍ୟସୂଚୀ ବାବଦରେ ଆଗୁଆ ଅବଗତ କରାଯିବ । ଆବଂଟିତ ଡୋଜର ଯଥାର୍ଥ ତଥା ନ୍ୟାୟସଙ୍ଗତ ବ୍ୟବହାର ଓ ଟିକା ଅପଚୟ କମାଇବାକୁ ସୁନିଶ୍ଚିତ କରିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଦ୍ରେ୍ଦଶ ଦେବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ।
ଭାରତ ସରକାରଙ୍କ ତରଫରୁ ୧୫/୩୦ ଦିନ ପାଇଁ ଉପଲବ୍ଧ ହେବାକୁ ଥିବା ମାଗଣା ଟିକା ଡୋଜର ପରିମାଣ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ନିମନ୍ତେ ଉପଲବ୍ଧ ହେବାକୁ ଥିବା ମୋଟ ଟିକା ଡୋଜ ବାବଦରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଆଗୁଆ ସୂଚିତ କରାଯିବା ଫଳରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ଦ୍ୱାରା ଟିକାର ଉତ୍ତମ ଯୋଜନା ଓ ଯୋଗାଣ ସୁନିଶ୍ଚିତ ହୋଇପାରିବ ।
୨୦୨୧ ମେ ମାସ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟଗୁଡ଼ିକ ନିମନ୍ତେ ମାଗଣାରେ ୪.୦୩ କୋଟିରୁ ଅଧିକ (୪,୦୩,୪୯,୮୩୦) ଟିକା ଡୋଜ ଉପଲବ୍ଧ କରାଯାଇଛି । ଏହାବ୍ୟତୀତ ୨୦୨୧ ମେ ମାସରେ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକ ଦ୍ୱାରା ସିଧାସଳଖ ସଂଗ୍ରହଣ ଲାଗି ମୋଟ ୩.୯୦ କୋଟିରୁ ଅଧିକ (୩,୯୦,୫୫,୩୭୦) ଡୋଜ ଉପଲବ୍ଧ ହୋଇଥିଲା । ଏହିଭଳି ଭାବେ, ୨୦୨୧ ମେ ମାସରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ମୋଟ ୭,୯୪,୦୫,୨୦୦ ସଂଖ୍ୟକ ଡୋଜ ଉପଲବ୍ଧ କରାଯାଇଥିଲା ।