ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲଡବ୍ଲୁ୍ୟ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ଘଟଣାରେ ପୁଲିସ ହରିଦାଶପୁର ପଂଚାୟତର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ବାନ୍ଧିବା ସହିତ ତଦନ୍ତ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିଥିବାବେଳେ ରାଜନୈତିକ ଅଭିସନ୍ଧି ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ଏଥିରେ ବିଜେଡି ନେତାମାନଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛି । ଏପରିକି ଏହି ମାମଲାରେ ବିଜେଡିକୁ ଯୋଡିବା ପାଇଁ ଗିରଫ ହୋଇଥିବା ସରପଂଚଙ୍କ ସ୍ୱାମୀଙ୍କ ସହିତ କିଛି ବିଜେଡି ନେତାଙ୍କ ଫଟୋ ଦେଖାଇଛନ୍ତି । ତେବେ ଗିରଫ ହୋଇଥିବା ରୂପେଶଙ୍କ ସହିତ ବିଜେପିର କିଛି ବରିÂ ନେତାଙ୍କ ମାଳ ମାଳ ଫଟୋ ଏବେ ପଦାକୁ ଆସିଛି । ତେଣୁ ଏହି ମାମଲାରେ କ’ଣ ବିଜେପି ନେତାମାନେ ଜଡିତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ।
ଶ୍ରୀମତୀ ଦେଓ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ମାମଲାରେ ପୁଲିସର ତଦନ୍ତ ଜାରି ରହିଛି । ଇତି ମଧ୍ୟରେ ମାମଲାରେ ଜଡିତ ଅଭିଯୋଗରେ ସରପଂଚଙ୍କ ସ୍ୱାମୀ ଗିରଫ ହୋଇଛନ୍ତି । ରାଜ୍ୟ ସରକାର ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତକୁ ଜୋରଦାର କରିବା ଲାଗି ନିଦେ୍ର୍ଧଶ ଦେଇଛନ୍ତି । ତେଣୁ ତଦନ୍ତ ସରିବା ପର୍ଯ୍ୟନ୍ତ ବିରୋଧିଦଳ ଗୁଡିକୁ ଅପେକ୍ଷା କରିବା ଉଚିତ । ହେଲେ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ସେମାନେ ଏବେ ମାମଲାକୁ ଅଧିକ ଗୋଳିଆ କରିବାରେ ଲାଗିଛନ୍ତି । ଏଥିଯୋଗୁଁ ତଦନ୍ତ ବାଟବଣା ହେବାରେ ଆଶଙ୍କା ବି ରହିଛି । ଜଣେ ମହିଳା କର୍ମଚାରୀଙ୍କ ମୃତୁ୍ୟ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବା ଏବଂ ଆତ୍ମୀୟଙ୍କୁ ହରାଇ ତାଙ୍କର ପରିବାର ଅତ୍ୟନ୍ତ ମାନସିକ ଚାପରେ ଥିବାଯୋଗୁଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି ତଦନ୍ତକୁ ସହାୟତା କରିବା ଆବଶ୍ୟକ । ହେଲେ ତାହା ନକରି ବିଜେପି ଯେଭଳି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ବିବୃତ୍ତିମାନ ଜାରି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ମାମଲାର ତଦନ୍ତ ସରିବା ପର୍ଯ୍ୟନ୍ତ ବିଜେପି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବା ସହିତ ହୀନ ରାଜନୀତି ନ କରିବାକୁ ଶ୍ରୀମତୀ ଦେଓ ପରାମର୍ଶ ଦେଇଛନ୍ତି ।
Related Stories
November 23, 2024