

Related Stories
May 10, 2025
ପାରାଦୀପ , ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ପୋତାନଈ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ଖୁଣ୍ଟିଆଙ୍କ କରୋନା ରେ ଆକ୍ରାନ୍ତ ହୋଇ ଆଜି ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ସେ ପ୍ରାୟ ୮ଦିନ ହେଲା ଗୃହ ସଂଗରୋଧରେ ଥିଲେ। ସେ ଏହି ଅଞ୍ଚଳରେ ଜଣେ ଆଇନଜୀବୀ ସହିତ ସମାଜ ସେବୀ ଭାବେ ଖ୍ୟାତି ଅର୍ଜନ କରିଥିଲେ, ଜଣେ ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବରେ ସମସ୍ତଙ୍କ ମନ ଜିଣିଥିଲେ। ତାଙ୍କର ପରଲୋକ ଖବର ପାଇ ଅଞ୍ଚଳର ଆଇନ ଜୀବି ଓ ବିଭିନ୍ନ ବର୍ଗର ଲୋକ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କର ପତ୍ନୀ ସହିତ ୫ ବର୍ଷର ଏକ ଝିଅ ଅଛି। କୋଭିଡ୍ ରେ ମୃତ୍ୟୁ ପାଇଁ ପ୍ରଶାସନ ତରଫରୁ ଉକ୍ତ ଗ୍ରାମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି।