ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରେ ସବୁଠାରୁ ଅଧିକ ୯୭୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୫୨ ଜଣ, ବରଗଡ଼ରୁ ୨୭୯ ଜଣ, ଭଦ୍ରକରୁ ୧୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୨୦୯ , କଟକରୁ ୫୯୩ ଜଣ, ଦେବଗଡ ଜିଲ୍ଲାରୁ ୫୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୦୭ ଜଣ, ଗଜପତି ଜିଲ୍ଲାରୁ ୮୫ , ଗଞ୍ଜାମରୁ ୧୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୮୦ ଜଣ, ଯାଜପୁରରୁ ୩୫୪ ଜଣ, ଝାରସୁଗୁଡ଼ାରୁ ୧୧୧ ଜଣ, କଳାହାଣ୍ଡିରୁ ୧୬୨ ଜଣ, କନ୍ଧମାଳ ଜିଲ୍ଲାରୁ ୯୦ ଜଣ. କେନ୍ଦ୍ରାପଡ଼ାରୁ ୩୩୧ ଜଣ, କେନ୍ଦୁଝରରୁ ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୯୭୪ ଜଣ, କୋରାପୁଟରୁ ୧୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୫୩୨ ଜଣ, ନବରଙ୍ଗପୁରରୁ ୨୦୫ ଜଣ, ନୟାଗଡ଼ରୁ ୨୮୩ ଜଣ, ନୂଆପଡ଼ାରୁ ୫୩ ଜଣ, ପୁରୀରୁ ୪୦୫ ଜଣ, ରାୟଗଡ଼ାରୁ ୧୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୨୦୪ ଜଣ, ସୋନପୁରରୁ ୧୨୩ ଜଣ, ସୁନ୍ଦରଗଡ଼ରୁ ୪୬୫ ଜଣ ଓ ଷ୍ଟେଟ୍ ପୁଲରୁ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।