

ମାଲକାନଗିରି, ତେଲେଙ୍ଗାନା ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିବା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାବେଡା ଓ କନ୍ଧଗୁଡା ଗ୍ରାମର ରମେଶ ବଡ଼ନାୟକ, ସୁଧୀର ଖରା ଓ ସତୀବାବୁ ଖିଲ ଙ୍କ ପରିବାରର ମୋଟ ୧ ୧ ଜଣ ସଦସ୍ୟ ଲକଡାଉନ ଯୋଗୁଁ କାମଧନ୍ଦା ନପାଇଁ ସେଠାରେ ଫସି ରହିଥିଲେ!ଗତ 24ତାରିଖ ଦିନ ସେମାନେ ଘରକୁ ଫେରିବା ନିମନ୍ତେ ନିଷ୍ପତ୍ତି ନେଇ ଦୁଇ ଟି ଦେଶୀ ମାଛ ଧରା ଡ଼ଙ୍ଗା ରେ ସିଲେରୁ ନଦୀ ଦେଇ ଫେରୁଥିବାବେଳେ ଡ଼ଙ୍ଗା ଦୃଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଥିଲା!ଏହି ମୃତକଙ୍କ ପରିବାର କୁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ, ପ୍ରାଣ କୃଷ୍ଣ ମଣ୍ଡଳ, ଚିତ୍ତ ପଟ୍ଟନାୟକ, ଦେବେନ୍ଦ୍ର ଦାସ, ମଙ୍ଗୁ ଖିଲ, ପ୍ରମୁଖ କନ୍ଧଗୁଡା ଓ ଗୁଣ୍ଠା ବେଡା ଗ୍ରାମକୁ ଯାଇ ମୃତ ୩ ପରିବାର ସଦସ୍ୟ ଙ୍କୁ ଭେଟି ରାସନ ସାମଗ୍ରୀ ପ୍ରଦାନ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ!