

ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟଣିପାଲି ପଞ୍ଚାୟତ ସ୍ଥିତି କୁଲାବେଡା ମାଥିଲି ବନାଞ୍ଚଳ ପକ୍ଷରୁ କରାଯାଇଥିବା ନର୍ସରୀ କୁ ଗତକାଲି ବିଳମ୍ବିତ ରାତ୍ରରେ ରେ ମାଓବାଦୀ ପୋଡିଦେଇଥିବା ଜଣାପଡିଛି ।ଘଟଣା ସ୍ଥଳ ରେ ମାଓବାଦୀଙ୍କ ପୋଷ୍ଟର ପଡିଥିବା ଦେଖିବାକୁ ମିଳିଛି ।ଆଜି ସକାଳୁ ଗ୍ରାମବାସୀ ଏହା ଦେଖିବା ପରେ ଉକ୍ତ ଅଞ୍ଚଳର ବନ କର୍ମଚାରିଙ୍କୁ ଖବର ଦେଇଥିଲେ!ଗତ କିଛି ଦିନ ତଳେ ଛତିଶଗଡ଼ ସୀମାନ୍ତ ମହୁପଦର ଗ୍ରାମରେ ଏକ ବିଏସ ଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା!କୁଟଣି ପାଲି ପଞ୍ଚାୟତ ସୀମା ଛତିଶଗଡ ରାଜ୍ୟକୁ ଲାଗିଛି!ମାଓବାଦୀ ମାନେରାଗରେ ଏହା କରିଥିବା ସନ୍ଦେହ କରାଯାଉଛି! ମାଓବାଦୀ କି ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଛନ୍ତି ତାହା ଏବେ ବି ତଦନ୍ତ ସା ପେକ୍ଷ।ପାଖା ପାଖି୨୦ ହଜାର ଚାରା ନଷ୍ଟ ହୋଇଥିବା ସୂଚନାମିଳିଛି!ମାଥିଲି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛି!